Below header

ଉଡ଼ିବନି କଶ୍ମୀରର ଅଲଗା ପତାକା, କେବଳ ଉଡ଼ିବ ‘ତ୍ରିରଙ୍ଗା’

କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୫ଏ ଏବଂ ୩୭୦ ଉଚ୍ଛେଦ କରିବା ପରେ ଏବେ ଅଲଗା ପତାକା ଉଡ଼ିବାର ବିଧି ସବୁଦିନ ପାଇଁ ଶେଷ ହୋଇଯିବ। ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ କେତେକ ପରିବର୍ତ୍ତନ ଆସିଛି। ସେଥିମଧ୍ୟରୁ ସେଠାରେ କେବଳ ‘ତ୍ରିରଙ୍ଗା’ ହିଁ ଉଡ଼ାଯିବ ଏବଂ ରାଜ୍ୟର ଅଲଗା ପତାକା ରହିବ ନାହିଁ। କହି ରଖୁଛୁ, ଆଜି ପଯ୍ୟର୍ନ୍ତ ଜମ୍ମୁ-କଶ୍ମୀରରେ ଅଲଗା ପତାକା ଏବଂ ଅଲଗା ସମ୍ବିଧାନ ଚାଲିଆସୁଥିଲା, ଯାହାକି ଏଣିକି ଶେଷ ହୋଇଯିବ।

tri2

ସେହି ସମୟରେ ସହମ୍ମତି ଭିତ୍ତିରେ କଶ୍ମୀରର ଅଲଗା ପତାକା ହୋଇଥିଲା, ଯେତେବେଳେ ୧୯୫୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଜମ୍ମୁ-କଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ଅବଦୁଲ୍ଲାଙ୍କ ମଧ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଜମ୍ମୁ-କଶ୍ମୀରର ଅଲଗା ପତାକାକୁ ରାଜ୍ୟ ପତାକାର ମାନ୍ୟତା ମିଳିଥିଲା। ସେବେଠାରୁ ସେଠାରେ ତ୍ରିରଙ୍ଗା ସହିତ ଜମ୍ମୁ-କଶ୍ମୀରର ମଧ୍ୟ ପତାକା ଉଡ଼ାଯାଉଥିଲା।

ଏହାସହ ପଢ଼ନ୍ତୁ: ଉଚ୍ଛେଦ ହେଲା ‘ଧାରା ୩୭୦’: ଏବେ ଆପଣ ବି କଶ୍ମୀରରେ କିଣିପାରିବେ ସମ୍ପତ୍ତି

tri3

ଜମ୍ମୁ-କଶ୍ମୀରର ପତାକାକୁ ନେଇ ସମୟ ସମୟରେ ଚର୍ଚ୍ଚା ମଧ୍ୟ ହେଉଥିଲା। ୨୦୧୫ରେ ନରେନ୍ଦ୍ର ମୋଦିଙ୍କ କଶ୍ମୀର ଗସ୍ତ ମସୟରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ ସମୟରେ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ମୁଫତି ମହମ୍ମଦ ସୟଦ ଶପଥ ନେଉଥିଲେ। ତେବେ ବର୍ତ୍ତମାନ ପଯ୍ୟର୍ନ୍ତ ଜମ୍ମୁ-କଶ୍ମୀର ପାଇଁ ଏହାକୁ ଏକ ଭାବନାତ୍ମକ ପ୍ରସଙ୍ଗ ବୋଲି ଗଣାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.