ଜାଣନ୍ତୁ କଣ ପାଇଁ ଅଫିସରେ ମହିଳାମାନଙ୍କୁ ହୁଏ ଏସି ପାଇଁ ପ୍ରୋବ୍ଲେମ

ଯଦି ଆପଣ ଅଫିସରେ କାମ କରୁଛନ୍ତି ତାହେଲେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ଖରାଦିନେ ମଧ୍ୟ ଏସିର ଟେମ୍ପରେଚରକୁ ନେଇ ଅଫିସରେ ଗୁଞ୍ଜରଣ ସୃଷ୍ଟି ହୋଇଥାଏ । ସାଧାରଣତଃ ମହିଳାମାନଙ୍କୁ ଏସିର କୁଲିଂ ନେଇ ଅଧିକ ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ଆଖପାଖରେ ଦେଖିବେ ତାହେଲେ ଅଫିସରେ ସ୍ଵେଟର, ଜ୍ୟାକେଟ ବା ଷ୍ଟୋଲ ବ୍ୟବହାର କରୁଥିବା ମହିଳା ଆପଣଙ୍କୁ ନିଶ୍ଚୟ ମିଳିଯିବେ କିନ୍ତୁ ପୁରୁଷମାନେ ଏପରି କରନ୍ତି ନାହିଁ । ବର୍ତ୍ତମାନ ବିଜ୍ଞାନ ମଧ୍ୟ ଏହା ପ୍ରମାଣ କରିଦେଇଛି ଯେ ଥଣ୍ଡାର ପ୍ରଭାବ ମହିଳା ଏବଂ ପୁରୁଷଙ୍କ ଉପରେ ଭିନ୍ନ ଭିନ୍ନ ଭାବରେ ପଡ଼ିଥାଏ ।

ସୂଚନାରୁ ଜଣାଯାଏ ଯେ ମହିଳାମାନେ ଅଧିକ ତାପମାତ୍ରାରେ ଭଲକାମ କରିପାରୁଥିବା ବେଳେ ପୁରୁଷମାନେ କମ ତାପମାତ୍ରାରେ ଭଲ ପ୍ରଦର୍ଶନ କରିଥାନ୍ତି । ଗବେଷକମାନେ ୫୦୦ ଲୋକଙ୍କୁ ନେଇ ୨୪ଟି ଗୃପ ବନାଇଥିଲେ । ସେମାନେ ୬୧ ଡିଗ୍ରୀରୁ ୯୧ ଡିଗ୍ରୀ ଫାରେନହାଇଟ ମଧ୍ୟରେ ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ । ଶେଷରେ ଜଣାପଡିଲା କି ମହିଳାମନେ ଅଧିକ ତାପମାତ୍ରାରେ ଭଲ କାମ କରୁଥିବା ବେଳେ ପୁରୁଷମାନେ କମ ତାପମାତ୍ରାରେ ଭଲ ପ୍ରଦର୍ଶନ କରି ପାରୁଥିଲେ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ ଅଫିସରେ ଏସି ଟେମ୍ପରେଚର ପୁରୁଷମାନଙ୍କ ହିସାବରେ ସେଟ କରାଯାଇଥାଏ ଯାହାକି ସେମାନଙ୍କ ପାଇଁ ଆରାମଦାୟକ ହୋଇଥାଏ ।

ଏହାସହ ପଢନ୍ତୁ ଏବେ ଅଫିସରେ ସମସ୍ତଙ୍କ ପସନ୍ଦ ଷ୍ଟାଣ୍ଡିଂ ଡେସ୍କ, ଜାଣନ୍ତୁ କଣ ରହିଛି ଏହାର ଫାଇଦା

ମହିଳାଙ୍କ ଶରୀରର ମେଟାବୋଲିକ ରେଟ ପୁରୁଷମାନଙ୍କ ତୁଳନାରେ କମ । ଏହା ସହିତ ସେମାନଙ୍କ ଶରୀର କମ ଉତ୍ତାପ ରିଲିଜ କରିଥାଏ ଯାହାଦ୍ୱାରା ସେମାନଙ୍କ ଶରୀର ଅଧିକ ଗରମ ହୋଇନଥାଏ । ତେଣୁ ଯଦି ଆପଣଙ୍କ ଅଫିସରେ କୌଣସି ମହିଳା ଏସିର ତାପମାତ୍ରାକୁ ନେଇ ଅଭିଯୋଗ କରୁଛନ୍ତି ତାହେଲେ ମାନି ନିଅନ୍ତୁ ଯେ ପ୍ରକୃତରେ ସେଠାରେ ଅଧିକ ଥଣ୍ଡା ରହିଛି ।

ମହିଳାମାନଙ୍କୁ ୭୭ଡିଗ୍ରୀ ଫାରେନହାଇଟ ବା ୨୫ ଡିଗ୍ରୀ ସେଲ୍ସିୟସ ଉପଯୁକ୍ତ ଥିବା ବେଳେ ପୁରୁଷମାନଙ୍କୁ ୭୨ଡିଗ୍ରୀ ଫାରେନହାଇଟ ବା ୨୨ଡିଗ୍ରୀ ସେଲ୍ସିୟସ ଆରାମଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.