Below header

ବନ୍ଦ କୋଠରୀରୁ ମିଳିଲା ନବବଧୂର ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ପୁରୀ: ତିନି ମାସର ନବ ବଧୂକୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଅଞ୍ଚଳରେ। ତଳବଣିଆ ନୂଆସାହିର ଶୁଭସ୍ମିତା ମହାନ୍ତି ଦୀର୍ଘଦିନ ଧରି ସନ୍ତୋଷ ବେହେରାଙ୍କୁ ଭଲ ପାଉଥିଲେ। ଗତ ତିନି ମାସ ତଳେ ଉଭୟଙ୍କ ବିବାହ ହୋଇଥିଲା। ଗତ କାଲି ଶୁଭସ୍ମିତାଙ୍କ ନମ୍ବରରୁ ତାଙ୍କ ସ୍ବାମୀ ଶୁଭସ୍ମିତାଙ୍କ ଘରକୁ ଫୋନ କରି ଝିଅର ତଣ୍ଟି ଚିପି ଦେଇଥିବା ଶୁଭସ୍ମିତାଙ୍କ ମାକୁ କହିଥିଲେ। ଏହି କାରଣରୁ ଶୁଭସ୍ମିତା କିଛି ଖାଉନଥିବାର ମଧ୍ୟ ଜ୍ବାଇଁ ଫୋନରେ କହିଥିଲେ। କିନ୍ତୁ ହଠାତ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଶୁଭସ୍ମିତାଙ୍କ ପରିବାର ଲୋକଙ୍କୁ ଶଶୁର ଘର ତରଫରୁ ଖବର ଦିଆଯାଇଥିଲା। ଖବର ପାଇ ଶୁଭସ୍ମିତାଙ୍କ ପରିବାର ଲୋକ ସନ୍ତୋଷଙ୍କ ଘରକୁ ଯାଇ ଦେଖିବାକୁ ପାଇଥିଲେ ଶୁଭସ୍ମିତାଙ୍କ ମର ଶରୀର ବେଡ ଉପରେ ପଡି ରହିଛି। ହାତର ଶିରାକୁ କଟା ଯଇଥିବା ବେଳେ ବେକରେ ଏକ ଓଢଣି ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। କାରଣ ଝିଅର ଶାଶୁଘର ଲୋକ ବହୁଥର ଯୌତୁକ ନେଇ ଦାବି କରିଆସୁଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.