ଏବେ କାର ଚଲାଇବା ସମୟରେ ଖରା ପାଇଁ ଆପଣଙ୍କୁ କରିବ ନାହିଁ ହଇରାଣ, ଆଇଆଇଟି ଛାତ୍ର ପ୍ରସ୍ତୁତ କରିଛନ୍ତି ଏକ ଖାସ୍‌ ଜିନିଷ

କାର ଚଲାଇବା ସମୟରେ ସାମନାରୁ ଆସୁଥିବା ସୂର୍ଯ୍ୟଙ୍କ କିରଣ ଗାଡ଼ି ଚାଳକଙ୍କୁ ବହୁତ ସମସ୍ୟାରେ ପକାଇଥାଏ। ଅନେକ ଥର ଭାଇଚର ମଧ୍ୟ କାମ କରି ନଥାଏ ଏବଂ ସୂର୍ଯ୍ୟଙ୍କ କିରଣ ସିଧା ଆଖି ଉପରେ ପଡିଥାଏ। କିନ୍ତୁ ଏବେ କାର ଚଲାଇବା ସମୟରେ ଲୋକଙ୍କୁ ସୂର୍ଯ୍ୟ କିରଣ ଦ୍ୱାରା ହେଉଥିବା ସମସ୍ୟା ଭୋଗିବାକୁ ପଡିବ ନାହିଁ। ଜଣେ ଆଇଆଇଟି ଛାତ୍ର ଏମିତି ଏକ ଖାସ୍‌ ଜିନିଷ ବନାଇଛନ୍ତି ଯାହା ଆପଣଙ୍କୁ କାର ଚଲାଇବା ସମୟରେ ଆସୁଥିବା ଖରାରୁ ସୁରକ୍ଷିତ ରଖିବ। ଏହା ଏକ ସ୍ମାର୍ଟ ସନ ଭାଇଚର ଅଟେ।

କେମିତି କାମ କରିଥାଏ ସନ ଭାଇଚର

-ଏହି ସ୍ମାର୍ଟ ସନ ଭାଇଚର ଆଇଆଇଟି ଗାନ୍ଧୀନଗରର କେମିକାଲ ଇଞ୍ଜିନିୟରିଂ ବିଭାଗର ଛାତ୍ର ପ୍ରସ୍ତୁତ କରିଛନ୍ତି।

-ଏହା ଏକ ଅଟୋମେଟିକ ଡିଭାଇସ୍‌ ଯାହା ଟ୍ରାକିଂ ଓ ବ୍ଲକିଂ ସିଷ୍ଟମରେ କାମ କରିଥାଏ।

sun_glare

-ସ୍ମାର୍ଟ ଭାଇଚର ସକସନ କପସ୍‌ ସାହାଯ୍ୟରେ କାରର ଡ୍ୟାସବୋର୍ଡ ସହିତ ଯୋଡି ହୋଇ ରହିଥାଏ।

-ଏଥିରେ ଏକ ଛୋଟ ସେଣ୍ଟ୍ରାଲ ହାଉସିଂ ରହିଛି ଯାହା ସେନସର୍ସ, ମାଇକ୍ରୋ କଣ୍ଟ୍ରୋଲର ଏବଂ ଗୋଟିଏ ଇଲେକଟ୍ରିକ ମୋଟର ଲାଗିଛି।

-ପାରଦର୍ଶୀ ପଦାର୍ଥରେ ପ୍ରସ୍ତୁତ କରାଯାଇଥିବା ଏହି ସ୍ମାର୍ଟ ଭାଇଚରରେ ଏମିତି ଆର୍ମସ ରହିଛି ଯାହା ଆବଶ୍ୟକତା ଅନୁଯାୟୀ ଲମ୍ବା ଏବଂ ଛୋଟ ହୋଇପାରିବ।

ଏହାସହ ପଢ଼ନ୍ତୁ : ବ୍ୟାଙ୍କ ଜମା ଉପରେ ସୁଧ ହାର କମାଇଲା SBI, ୧୭୯ ଦିନର ଡିପୋଜିଟରେ ୦.୫୦-୦.୭୫% ହ୍ରାସ

-ଏହି ସ୍ମାର୍ଟ ଭାଇଚର କାରର ଗ୍ଲାସ ଉପରେ ପଡୁଥିବା ଖରାକୁ ଫଲୋ କରିଥାଏ ଏବଂ ଖରାକୁ ସିଧା ଚାଳକଙ୍କ ଆଖି ଉପରେ ପଡିବାରୁ ଅଟକାଇଥାଏ।

-ଏହାକୁ ପ୍ରସ୍ତୁତ କରିଥିବା ଟିମର ଜଣେ ଛାତ୍ର କହିଛନ୍ତି ଏହି ସ୍ମାର୍ଟ ଭାଇଚର ଚାଳକଙ୍କୁ ଭଲ ଭିଜିବିଲିଟି ଦେଇଥାଏ। ସନଗ୍ଲାସ ସିନା ସୂର୍ଯ୍ୟ କିରଣର ପ୍ରଭାବକୁ କମ୍‌ କରି ଦେଇଥାଏ କିନ୍ତୁ ସନ ଭାଇଚର୍ସ କାଚର ଏକ ଅଂଶକୁ ବ୍ଲକ୍‌ କରି ଦେଇଥାଏ। ତେଣୁ ସ୍ମାର୍ଟ ଭାଇଚର୍ସରେ ଏହି ସମସ୍ୟା ହେବନାହିଁ।

-ଛାତ୍ରମାନେ ଏହି ସ୍ମାର୍ଟ ଭାଇଜରର ନାମ ରଖିଛନ୍ତି ସନ୍‌ ପ୍ରୋଟେକ୍ଟ। ସେମାନେ ଏବେ ଏହାର ପେଣ୍ଟେଟ୍‌ କରିବାର ପ୍ରକ୍ରୀୟାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.