Below header

‘କୈାନ ବନେଗା କରୋଡପତି ୧୨’ ର ବିଜେତା ହେଲେ ପ୍ରଥମ ମହିଳା ନାଜିଆ

ମହିଳା ଆଉ ଅବଳା ନୁହଁନ୍ତି କି ଦୁର୍ବଳା ନୁହଁନ୍ତି । ଏହି ପୂରୁଣା ବିଚାରଧାରା ବଦଳି ଗଲାଣି । ଏବେ ସବୁ କ୍ଷେତ୍ରରେ ମହିଳା ସମ୍ମାନର ସହିତ ନିଜର ସ୍ଥିତି ଜାହିର କରିପାରିଛନ୍ତି । ନିକଟରେ ଅମିତାଭ ବଚ୍ଚନଙ୍କ ‘କୈାନ ବନେଗା କରୋଡପତି ୧୨’ ହଟ୍‌ ସିଟ୍‌ରେ ବସି ସବୁ ପ୍ରଶ୍ନର ଉତ୍ତର ଦେଇ ଜଣେ ମହିଳା ୧ କୋଟି ଟଙ୍କା ଜିତିପାରିଛନ୍ତି ।

nazia

ଏହି ମହିଳା ଜଣକ ହେଲେ ଦିଲ୍ଲୀରେ ରହୁଥିବା ନାଜିଆ ନସୀମ୍‌ । ୧ କୋଟି ଜିତିବା ପରେ ଏବେ ସେ ୭ କୋଟି ଟଙ୍କାର ପ୍ରଶ୍ନକୁ ସାମ୍ନା କରିବେ । ଏହି ଶୋ’ ଆସନ୍ତା ୧୧ ତାରିଖ ବୁଧବାର ସୋନି ଟିଭିରେ ପ୍ରଦର୍ଶିତ ହେବ । ନାଜିଆ ହଟ୍‌ ସିଟ୍‌ରେ ବସି ଅମିତାଭ ବଚ୍ଚନଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଛନ୍ତି । ଏବେ ସେ ୭ କୋଟି ଟଙ୍କାର ପ୍ରଶ୍ନକୁ ସାମ୍ନା କରିବେ କି ନାହିଁ ତାହା ବୁଧବାର ଜଣାପଡିବ । ତେବେ ସଦ୍ୟ ମିଳିଥିବା ସୂଚନାନୁଯାୟୀ ନାଜିଆ ୭ କୋଟି ଟଙ୍କା ପାଇଁ ଥିବା ପ୍ରଶ୍ନରୁ ଓହରି ଯାଇଛନ୍ତି ।

ନାଜିଆ ତାଙ୍କର ଏହି ସଫଳତା ପାଇଁ ପରିବାର ଓ ତାଙ୍କ ସ୍ୱାମୀଙ୍କୁ ଶ୍ରେୟ ଦେଇଛନ୍ତି । ନାଜିଆ ଜଣେ ଗଣମାଧ୍ୟମ ବିଭାଗର ଛାତ୍ର ହୋଇଥିବା ବେଳେ ସେ ଦିଲ୍ଲୀର ଏକ ମୋଟର ବାଇକ୍‌ କମ୍ପାନିରେ ମ୍ୟାନେଜର ଅଛନ୍ତି । ସେ ସବୁବେଳେ ପଢ଼ାପଢ଼ି କରିବାକୁ ଭଲ ପାଆନ୍ତି ବୋଲି କହିଛନ୍ତି । ତେବେ ୧ କୋଟି ଟଙ୍କା ବିଜୟ ଲାଭ କରିବା ପରେ ସେ ୭ କୋଟି ଟଙ୍କାର ପ୍ରଶ୍ନରୁ ବିରତ ନେଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.