କେରଳରେ ଭୟଙ୍କର ସ୍ଥିତି, ୧୬୭ ଜଣଙ୍କର ମୃତ୍ୟୁ

କୋଚି : ବର୍ଷ ଓ ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ କେରଳରେ ସ୍ଥିତି ଆହୁରି ଭୟଙ୍କର ହୋଇଛି । ସରକାରୀ ଭାବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଶହେ ଅତିକ୍ରମ କରିଥିବା ବେଳେ ବେସରକାରୀ ଭାବେ ୧୬୭ରୁ ଅଧିକ ହେଲାଣି । ରାଜ୍ୟର ମୋଟ୍‌ ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

KERALA SITUATION_2

ବାୟୁସେନାଠାରୁ ଆରମ୍ଭ କରି ଅନ୍ୟ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାଜ୍ୟରେ ୩୭ ପ୍ରତିଶତରୁ ଅଧିକ ବର୍ଷା ହେବା ଫଳରେ ବିଭିନ୍ନ ନଦୀରେ ବନ୍ୟା ଆସିଛି । ଛୋଟବଡ଼କୁ ମିଶାଇ ପ୍ରାୟ ୮୦ଟି ଗେଟ୍‌ ଖୋଲି ଦିଆଯାଇଥିବା ଯୋଗୁଁ ବନ୍ୟା ଜଳ ରୋକି ହେଉନାହିଁ । ଏସିଆର ସବୁଠାରୁ ବଡ଼ ନଦୀବନ୍ଧ ଇଦ୍ଦୁକିରୁ ଗତ ତିନି ଦିନ ହେବ ପ୍ରତି ସେକେଣ୍ଡକୁ ୧୦ରୁ ୧୫ ଲକ୍ଷ ଲିଟର ବନ୍ୟା ଜଳ ଛଡ଼ା ଯାଉଛି । ଯାହାଫଳରେ ପରିସ୍ଥିତି ଆହୁରି ବିଗିଡ଼ି ଯାଇଛି । ଏର୍ଣ୍ଣାକୁଲମ, ଆଲାପୁଝା ଆଦି ଅନେକ ବଡ଼ ବଡ଼ ସହର ପାଣି ଘେରରେ ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସାମନା କରୁଛନ୍ତି ।

KERALA SITUATION_3

 

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବିପନ୍ନଙ୍କ ପାଇଁ ରିଲିଫ ବ୍ୟବସ୍ଥା କରାଯାଇଛି । ପ୍ରାୟ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ରିଲିଫ କ୍ୟାମ୍ପରେ ରଖା ଯାଇଛି । ତଥାପି ସବୁ ଜାଗାରେ ପହଞ୍ଚିବା ସମ୍ଭବ ହୋଇନାହିଁ । ସାରା ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳିଥିବା ବେଳେ କେରଳବାସୀ ଯୁଝୁଛନ୍ତି ଦୈବୀ ଦୁର୍ବିପାକ ସହ ।

KERALA SITUATION_4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.