Below header

ଟଙ୍କା ସଂଚୟ କରିବା ପାଇଁ ଫଲୋ କରନ୍ତୁ ଏହି ଛୋଟ ଛୋଟ ଅଭ୍ୟାସ

ଟଙ୍କା ସଂଚୟ କରିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ନ ଚାହିଁ ବି କେଉଁ ନା କେଉଁ ବାଟେ ଏହା ଖର୍ଚ୍ଚ ହୋଇଯାଇଥାଏ । ଯଦି ଆପଣ ପାଠ ପଢୁଛନ୍ତି ତେବେ ଏକଥା ନିଶ୍ଚୟ ଜାଣିଥିବେ ଟଙ୍କା ରଖିବା କେତେ ଜରୁରୀ । କାରଣ ସଂଚୟ ହୋଇଥିବା ଟଙ୍କା ହିଁ ଆପଣଙ୍କ ଭବିଷ୍ୟତରେ କାମରେ ଆସିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ସେହି ଛୋଟ ଛୋଟ ଅଭ୍ୟାସ ବିଷୟରେ କହିବୁ ଯାହାକୁ ଫଲୋ କରି ଆପଣ ଟଙ୍କା ସଂଚୟ କରିପାରିବେ ।

ତାଲିକା ବନାନ୍ତୁ 

ମାସ ଆରମ୍ଭରୁ ନିଷ୍ପତ୍ତି ନିଅନ୍ତୁ କେତେ ଟଙ୍କା କେଉଁଠି ଏବଂ କେବେ ଖର୍ଚ୍ଚ କରିବେ । ଏହାର ଏକ ତାଲିକା ପ୍ରସ୍ତୁତ କରିଦିଅନ୍ତୁ । ଏହା ସହ ଏକଥା ବି ଦେଖନ୍ତୁ କେଉଁଠି ଏବଂ କେମିତି ଟଙ୍କା ସଂଚୟ କରିପାରିବେ । କେଉଁ ଜିନିଷରେ ଅଳ୍ପ ଖର୍ଚ୍ଚ ହୋଇପାରିବ ।

ଦେଖେଇ ହୁଅନ୍ତୁ ନାହିଁ 

କୌଣସି ନୂଆ ଜିନିଷ କିଣିବା ପୂର୍ବରୁ ଚିନ୍ତା କରନ୍ତୁ ଆପଣଙ୍କୁ ତାର ଆବଶ୍ୟକତା ଅଛି ନା ନାହିଁ । ଯଦି ସେହି ଜିନିଷ କେବଳ ଖୁସି କିମ୍ବା ଅନ୍ୟକୁ ଦେଖାଇବାକୁ ନେଉଛନ୍ତି ତେବେ ନିଅନ୍ତୁ ନାହିଁ । କାରଣ କୁହାଯାଏ ସେହି ଜିନିଷରେ ବେଶୀ ଖର୍ଚ୍ଚ ହୋଇଥାଏ ଯାହା ଆମେ ଲୋକଙ୍କୁ ଦେଖାଇବାକୁ ନେଇଥାଉ ।

କ୍ରେଡିଟ୍ କାର୍ଡର ବ୍ୟବହାର କମ୍ କରନ୍ତୁ 

ଯେତେବେଳେ ଆମେ କ୍ୟାସରେ ପେମେଂଟ୍ କରିଥାଉ ସେତେବେଳେ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ । କିନ୍ତୁ ଏହି ଟଙ୍କା ଖର୍ଚ୍ଚ ହେଉଥିବାର ଆମକୁ ଅନୁଭବ ହୋଇଥାଏ । କିନ୍ତୁ କାର୍ଡରେ ପେମେଂଟ୍ କଲେ ଏହା ଜଣାପଡିନଥାଏ । ତେଣୁ ଯେତେବେଳେ ବି ମାର୍କେଟକୁ କିଛି କଣିବାକୁ ଯାଉଛନ୍ତି ତେବେ ବଜେଟ୍ ନିଶ୍ଚିତ କରି ଯାଆନ୍ତୁ । ସେତିକି ହିଁ କ୍ୟାସ୍ ପକେଟରେ ରଖନ୍ତୁ ଯେତିକି ଆବଶ୍ୟକ । ଏବଂ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଘରେ ହିଁ ଛାଡି ଦିଅନ୍ତୁ ।

ଛୋଟ ଛୋଟ ସଂଚୟ କରିବା ଆରମ୍ଭ କରନ୍ତୁ 

ଯଦି ସଂଚୟ କରିବାକୁ ଚାହୁଁଛନ୍ତି ତେବେ ଛୋଟ ଛୋଟ ନିବେଶ ବିଷୟରେ ଧ୍ୟାନ ଦିଅନ୍ତୁ । ଏନେଇ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ ବ୍ୟାଙ୍କ୍ ଯାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.