ହାଇଦରାବାଦ ହିରୋ ଏନକାଉଣ୍ଟର ସ୍ପେସାଲିଷ୍ଟ ବି ସି ସଜ୍ଜନାର, ଜାଣନ୍ତୁ ତାଙ୍କ ବିଷୟରେ କିଛି

କିଛିଦିନ ହେବ ସାରା ଦେଶରେ ତେଲେଙ୍ଗାନା ଭେଟେନାରୀ ଡାକ୍ତରଙ୍କ ସାମୁହିକ ଦୁଷ୍କର୍ମ ଓ ହତ୍ୟା ମାମଲା ଚହଳ ସୃଷ୍ଟି କରିଛି । ଆରୋପି ମାନଙ୍କୁ ନେଇ ସାଧାରଣ ଲୋକେ ଏକ ପ୍ରକାର ରକ୍ତ ଚାଉଳ ଚବାଉଥିବା ବେଳେ ଆଜି ହୁଏତ ଲୋକଙ୍କ ହୃଦୟକୁ କିଛିଟା ଶାନ୍ତି ମିଳିଛି । ଏହି ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଅର୍ଥାତ ଆଜି ଭୋର ସମୟରେ ଏନକାଉଣ୍ଟର କରାଯାଇଛି । ସୂଚନା ମୁତାବକ ଭୋର ୩ ଟା ସମୟରେ ୧୦ ସଦସ୍ୟ ବିଶିଷ୍ଟ ପୋଲିସ ଟିମ ଅଭିଯୁକ୍ତଙ୍କୁ ଧରି ପ୍ରମାଣ ଯୋଗାଡ କରିବା ସକାଶେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ କହିବା ଅନୁଯାୟୀ ଅଭିଯୁକ୍ତ ମାନେ ପୋଲିସ ଉପରେ ହମଲା କରି ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିଲେ । ତେଣୁ କରି ସେମାନଙ୍କୁ ଘଟଣା ସ୍ଥଳରେ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଆକସ୍ମିକ ଭାବେ ହେଉ ପଛେ ପୀଡିତା ଜଣଙ୍କୁ ଯେ ଉଚିତ ନ୍ୟାୟ ମିଳିଛି ତାହା ନିଃସନ୍ଦେହ । କିନ୍ତୁ ଘଟଣାରେ ପୋଲିସର ଭୂମିକା କୌଣସି ହିରୋ ଠାରୁ ଯେ କମ ନ ଥିଲା ।

police

ଯାହାଙ୍କ ତତ୍ୱାବଧାନରେ ଏପରି ଏକ ଘଟଣା ଘଟିଛି,  ବିଶି ସଜ୍ଜନାରଙ୍କ ବିଷୟରେ ହୁଏତ ଖୁବ କମ ଲୋକ କାଣିଥିବେ । ସେ ବର୍ତ୍ତମାନ ହାଇଦରାବାଦ ପୋଲିସ କମିଶଇନର ଭାବେ କାର୍ଯ୍ୟରତ ଅଛନ୍ତି । ସେ ହେଉଛନ୍ତି ପ୍ରକୃତରେ କର୍ଣ୍ଣାଟକର ମୂଳ ବାସିନ୍ଦା ଓ ୧୯୯୬ ବ୍ୟାଚର ଆଇପିଏସ ଅଧିକାରୀ । ହାଇଦରାବାଦ ପୋଲିସ କମିଶଇନର ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ସେ  ସ୍ପେଶାଲ ଇଣ୍ଟେଲିଜେନ୍ସ ବ୍ରାଞ୍ଚରେ ଆଇଜି ଭାବେ କାର୍ଯ୍ୟ କରିଛନ୍ତି ।  ଆଣ୍ଟି ନକ୍ସଲ ୟୁନିଟରେ ରହିବା ସମୟରେ ସେ କେତେକ ନାମୀ ନକ୍ସଲ ମାନଙ୍କର ସରେଣ୍ଡର ମଧ୍ୟ କରେଇଥିଲେ । ୨୦୧୬ ମସିହାରେ ସଜ୍ଜନାରଙ୍କ ନେତୃତ୍ୱରେ ପୋଲିସ ଟିମ କୁଖ୍ୟାତ ନକ୍ସଲ ମହମ୍ମଦ ନଇମୁଦ୍ଦିନ ପୋଲିସ ଠାରୁ ଖସି ପଳେଇ ବାକୁ ଚେଷ୍ଟା କରୁଥିବା ସମୟରେ ତାକୁ ହତ୍ୟା କରାଯାଇଥିଲା ।

ଏହା ସହ ପଢନ୍ତୁ: ଏନ୍‌କାଉଣ୍ଟର ପରେ ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାରଙ୍କ ପ୍ରେସମିଟ, ଗଣମାଧ୍ୟମକୁ ବିସ୍ତୃତ ବିବରଣୀ

ଏହା ବାଦ ତାଙ୍କ  ନାଁ ଏନକାଉଣ୍ଟର ସ୍ପେସିଆଲିଷ୍ଟ ଭାବେ ମଧ୍ୟ ରହିଛି । ଠିକ ୧୧ ବର୍ଷ ତଳେ ତାଙ୍କରି ଅଧୀନରେ ଏକ ଏସିଡ ଆଟାକ କେଶର ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଭାବେ ଏନକାଉଣ୍ଟର କରାଯାଇଥିଲା । ପ୍ରେମ ନିବେଦନକୁ ଠୂକରେଇବା କାରଣରୁ ରାଗ ରଖି ଶ୍ରୀନିବାସ ନାମକ ଜଣେ ଯୁବକ ନିଜ ଅନ୍ୟ ତିନି ସାଥୀଙ୍କ ସହ ମିଶି ଏକ ଇଂଜିନିୟରିଂ ଛାତ୍ରୀଙ୍କ ଉପରେ ଏସିଡ ଆଟାକ କରିଥିଲେ । ସଜ୍ଜନାରଙ୍କ ତତ୍ତ୍ୱାବଧାନରେ ହିଁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କିଛି ଘଣ୍ଟା ପରେ ଏହି ଆରୋପି ମାନଙ୍କର ଏନ କାଉଣ୍ଟର ଜରିଆରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ପରେ ସଜ୍ଜନାର କଲେଜ ଛାତ୍ର ଓ ଯୁବକଙ୍କ ମଧ୍ୟରେ ନିଜ ପାଇଁ ଏକ ହିରୋର ପରିଚୟ ସୃଷ୍ଟି କରିଥିଲେ । ଏମିତିକି ତାଙ୍କୁ ଭେଟିବା ପାଇଁ ତାଙ୍କ ଘର ସାମ୍ନାରେ ଲୋକଙ୍କ ଭିଡ ଜମୁଥିଲା ।

ପୂର୍ବ ଏସିଡ ଆଟାକ ଏନକାଉଣ୍ଟର କେଶ ଓ ବର୍ତ୍ତମାନର ହାଇଦରାବାଦ ଏନକାଉଣ୍ଟର କେଶ ସାମଞ୍ଜସ୍ୟ ଥିବା କଥା ବିଭିନ୍ନ ମହଲରେ ଆଲୋଚନା ହେଉଛି । ପୂର୍ବ ଘଟଣାରେ ବି ପ୍ରମାଣ ଯୋଗାଡ କରିବା ପାଇଁ ଅଭିଯୁକ୍ତ ମାନଙ୍କୁ ନିଆଯାଉଥିବା ସମୟରେ ସେମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହିଁ ଏନକାଉଣ୍ଟର କରାଯାଇଥିଲା । ଏବେର କେଶରେ ବି ଠିକ ସମାନ ପରିସ୍ଥିତି ଉପୁଜିଥିଲା । ସେହି ସମୟରେ ବି ମାନବାଧିକାର କର୍ମୀ ମାନେ ଦାବି କରିଥିଲେ କି ତ୍ୱରିତ ନ୍ୟାୟ ପାଇଁ ଦାବି କରୁଥିବା ଜନତାଙ୍କ ରାଗ ଶାନ୍ତ କରିବା ପାଇଁ ହିଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.