Below header

ଜାଣନ୍ତୁ କ’ଣ ପାଇଁ ଫଟୋ ସାମ୍ବାଦିକ ଡେନିସ ସିଦ୍ଦିକ୍ୱିଙ୍କୁ ହତ୍ୟା କରିଥିଲେ ତାଲିବାନମାନେ

ଓ୍ଵାଶିଂଟନ : ଭାରତୀୟ ଫଟୋ ସାମ୍ବାଦିକ ଡେନିସ ସିଦ୍ଦିକ୍ୱିଙ୍କ ହତ୍ୟା କାରଣ ଏବେ ଜାଣିବାକୁ ମିଳିଛି । ଆଫଗାନିସ୍ତାନରେ କୌଣସି ଗୁଳିବିନିମୟ କି ଆକସ୍ମିକ ଭାବେ ‘ପୁଲିଜର୍ ପୁରସ୍କାର ବିଜୟୀ ଭାରତୀୟ ଫଟୋ-ସାମ୍ବାଦିକ ଡେନିସ୍ ସିଦ୍ଦିକ୍ବିଙ୍କର ମୃତ୍ୟୁ ଘଟିନଥିଲା ବରଂ ତାଙ୍କର ପରିଚୟ ଯାଞ୍ଚ କରିବା ପରେ ତାଲିବାନମାନେ ତାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ ବୋଲି ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ଏକ ପତ୍ରିକାରେ ପ୍ରକାଶ ପାଇଛି । ସିଦ୍ଦିକ୍ୱି ଖଣ୍ଡାହାର ଅଞ୍ଚଳରେ ଆଫଗାନ ସେନା ଓ ତାଲିବାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ବିବରଣୀ ସଂଗ୍ରହ କରୁଥିବା ବେଳେ ତାଲିବାନମାନେ ଡେନିସଙ୍କୁ ହତ୍ୟା କରିଥିଲେ ।

‘ୱାସିଂଟନ୍ ଏକ୍ଜାମିନର’ ନାମକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପାକିସ୍ତାନକୁ ଯାଇ ହେଉଥିବା ସୀମାକୁ ନିୟନ୍ତ୍ରଣ କରିବା ଲାଗି ଆଫଗାନ ସେନା ଓ ତାଲିବାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ବିବରଣୀ ସଂଗ୍ରହ କରିବା ଲାଗି ଏକ ‘ଆଫଗାନ ଆର୍ମି ଟିମ୍’ ସହ ସିଦ୍ଦିକ୍ବି ସ୍ପିନ୍ ବୋଲଦାକ୍ ଅଞ୍ଚଳକୁ ଯାଇଥିଲେ।

ତାଲିବାନ୍ ଆକ୍ରମଣ ସମୟରେ ସିଦ୍ଦିକ୍ବି ଏକ ବିସ୍ଫୋରଣରେ ଆହତ ହୋଇଥିଲେ। ତାଙ୍କ ସହ ଥିବା ସୈନିକମାନେ ସ୍ଥାନୀୟ ମସଜିଦ୍‌କୁ  ଯାଇ ‘ପ୍ରାଥମିକ ଉପଚାର’ କରାଇଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ମସଜିଦ୍‌ରେ ଅଛନ୍ତି ବୋଲି  ଖବର ପ୍ରଘଟ ହୋଇଯାଇଥିଲା । ଫଳରେ ତାଲିବାନମାନେ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ତଦନ୍ତ ଅନୁସାରେ, କେବଳ ସିଦ୍ଦିକ୍ବିଙ୍କ ଉପସ୍ଥିତି ଯୋଗୁଁ ହିଁ ତାଲିବାନମାନେ ମସଜିଦ୍‌ରେ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ‘ଆଫଗାନ ଆର୍ମି ଟିମ୍’ ଛତ୍ରଭଙ୍ଗ ଦେଇଥିଲେ। ସିଦ୍ଦିକ୍ବିଙ୍କ ସହ ସେତେବେଳେ ମାତ୍ର ତିନିଜଣ ଆଫଗାନ ସୈନିକ ଥିଲେ।

ତାଲିବାନ୍ ଆକ୍ରମଣ ସମୟରେ ସିଦ୍ଦିକ୍ବି ଏକ ବିସ୍ଫୋରଣରେ ଆହତ ହୋଇଥିଲେ। ତେଣୁ ସେ ଏବଂ ତାଙ୍କ ସହ ଥିବା ସୈନିକମାନେ ସ୍ଥାନୀୟ ମସଜିଦ୍‌ରେ ଯାଇ ‘ପ୍ରାଥମିକ ଉପଚାର’ କରାଇଥିଲେ। କିନ୍ତୁ ଏହି ସମୟରେ ଖବର ପ୍ରଘଟ ହୋଇଗଲା ଯେ, ଜଣେ ସାମ୍ବାଦିକ ମସଜିଦ୍‌ରେ ଅଛନ୍ତି। ତୁରନ୍ତ ତାଲିବାନମାନେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ତଦନ୍ତ ଅନୁସାରେ, କେବଳ ସିଦ୍ଦିକ୍ବିଙ୍କ ଉପସ୍ଥିତି ଯୋଗୁଁ ହିଁ ତାଲିବାନମାନେ ମସଜିଦ୍‌ ଆକ୍ରମଣ କରିଥିଲେ।

ସୂଚନାନୁଯାୟୀ, ତାଲିବାନମାନଙ୍କ ହାତରେ ଧରାପଡ଼ିବା ବେଳେ ସିଦ୍ଦିକ୍ବି ଜୀବିତ ଥିଲେ। ମାତ୍ର ତାଲିବାନମାନେ ତାଙ୍କ ପରିଚୟ ଯାଞ୍ଚ କରିବା ପରେ ତାଙ୍କୁ ଏବଂ ତାଙ୍କ ସହ ଥିବା ବ୍ୟକ୍ତିମାନଙ୍କୁ ହତ୍ୟା କରିଥିଲେ। ସେମାନଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି କମାଣ୍ଡର୍ ଏବଂ ଟିମ୍ର ବାକି ସୈନିକମାନେ ମୃତ୍ୟୁବରଣ କରିଥିଲେ।

ପ୍ରକାଶଯୋଗ୍ୟ ଯେ ‘ପୁଲିଜର୍ ପୁରସ୍କାର ବିଜୟୀ ଭାରତୀୟ ଫଟୋ-ସାମ୍ବାଦିକ ଡେନିସ୍ ସିଦ୍ଦିକ୍ବି ମୃତ୍ୟୁର କିଛି ମାସ ପୂର୍ବରୁ ଓଡ଼ିଶା ଆସିଥିଲେ । କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳରେ ଚାଲିଥିବା କୋଭିଡ ଟିକା ଠିକ୍‌ ଭାବେ ଦିଆଯାଉଛି କି ନାହିଁ ଓ ସେମାନଙ୍କର ଜୀବନଶୈଳୀର କଭରେଜ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.