Below header

ବର୍ଦ୍ଦିରେ ଷ୍ଟାର ଦେଖି ଜାଣନ୍ତୁ କେଉଁ ପଦରେ ଅଛନ୍ତି ପୋଲିସ ଅଧିକାରୀ, ଜାଣନ୍ତୁ କାହା ବର୍ଦ୍ଦିରେ ଲାଗେ କେତେ ଷ୍ଟାର୍‌

ପୋଲିସ ବିଭାଗରେ ଭର୍ତ୍ତି ହେବାକୁ ଯୁବଗୋଷ୍ଠୀଙ୍କର ଥାଏ ସ୍ୱପ୍ନ। ସେଥିପାଇଁ ଦିନ ରାତି କଠିନ ପରିଶ୍ରମ କରି ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରିଥାନ୍ତି। ପୋଲିସର କାମ ହେଉଛି ଗାଁ, ସହର, ରାଜ୍ୟ ଏବଂ ଦେଶରେ ଆଇନ ବ୍ୟବସ୍ଥାକୁ ଠିକ୍‌ ଭାବେ ତୁଲାଇବା। ଏହାସହିତ ପୋଲିସ ଲୋକଙ୍କ ସୁରକ୍ଷା କାମ ବି କରିଥାଏ। ଭାରତର ଅନେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଖରେ ନିଜର ପୋଲିସ ଫୋର୍ସ ରହିଛି। ଯେଉଁଥିରେ ଲକ୍ଷ ଲକ୍ଷ ପୋଲିସ ଅଫିସର ଏବଂ ଜବାନ ଶାମିଲ ଅଛନ୍ତି। ବିଭିନ୍ନ ଫୋର୍ସରେ ଅଲଗା ଅଲଗା ପଦର ଅଧିକାରୀ ନିଯୁକ୍ତି ପାଇଥାନ୍ତି। ଏମାନଙ୍କୁ ସେମାନଙ୍କ ରାଙ୍କ ଅନୁଯାୟୀ ପଦ ମିଳିଥାଏ। ପୋଲିସ ବିଭାଗରେ ବି ନିଜର ଏକ ଅଲଗା ମହତ୍ତ୍ୱ ରହିଛି। ଯଦି ଆପଣଙ୍କୁ କୌଣସି ପୋଲିସ ଅଧିକାରୀଙ୍କ ରାଙ୍କ୍‌ ବିଷୟରେ ଜାଣିବାକୁ ଅଛି ତାହେଲେ ଆପଣ ତାଙ୍କ ଖାକି ବର୍ଦ୍ଦିକୁ ଦେଖି ସହଜରେ ପତ୍ତା ଲଗାଇପାରିବେ ଯେ ସେ କେଉଁ ରାଙ୍କର ଅଧିକାରୀ ଅଛନ୍ତି। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏହି ସୁନ୍ଦର ଭିଡିଓ ଯେଉଁଥିରୁ ଆପଣ ଅତି ସହଜରେ ଏହା ଜାଣିପାରିବେ ଯେ ପୋଲିସ ବିଭାଗରେ କିଏ କେଉଁ ପଦରେ ଅଛନ୍ତି। ତାହେଲେ ଚାଲନ୍ତୁ ଦର୍ଶକବନ୍ଧୁ ଆଉ ଡେରି ନକରି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା।

କନଷ୍ଟେବଳ

ପୋଲିସ ବିଭାଗରେ ସବୁଠାରୁ ପ୍ରାରମ୍ଭିକ ପୋଷ୍ଟ କନଷ୍ଟେବଳଙ୍କର ହୋଇଥାଏ। ଏମାନଙ୍କ ବର୍ଦ୍ଦିରେ କୌଣସି ପ୍ରକାର ବ୍ୟାଚ୍‌ କିମ୍ବା ଷ୍ଟାର ଲାଗିନଥାଏ। କିନ୍ତୁ ଏମାନଙ୍କ ଡ୍ୟୁଟି ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କୌଣସି ବି ଅଞ୍ଚଳର ଶାନ୍ତି ବ୍ୟବସ୍ଥାକୁ ବଜାୟ ରଖିବା ଏବଂ ଅପରାଧିକ ଗତିବିଧୀକୁ ରୋକିବାରେ ଏମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ହେଡ୍‌ କନଷ୍ଟେବଳ

ହେଡ କନଷ୍ଟେବଳ, କନଷ୍ଟେବଳର ଗୋଟିଏ ରାଙ୍କ୍‌ ଉପର ହୋଇଥାଏ। ଏମାନଙ୍କ ବର୍ଦ୍ଦିରେ କଳା ରଙ୍ଗର ଏକ ପଟି ଉପରେ ଦୁଇଟି ହଳଦିଆ ରଙ୍ଗର ପଟି ଲାଗିଥାଏ। କିନ୍ତୁ ଏହା ଜରୁରୀ ନୁହେଁ ଯେ ସବୁ ରାଜ୍ୟର ହେଡ କନଷ୍ଟେବଳଙ୍କ ବର୍ଦ୍ଦିରେ ସମାନ ପଟି ଲାଗିଥିବ, ଏହାର ରଙ୍ଗ ବି ଅଲଗା ଅଲଗା ହୋଇପାରେ। ଅନେକ ଯାଗାରେ ତ ଲାଲ ରଙ୍ଗର ଚଉଡା ପଟି ଉପରେ ତିନୋଟି ଲାଲ ରଙ୍ଗର ପଟି ଲାଗିଥାଏ।

ସିନିୟର ପୋଲିସ କନଷ୍ଟେବଳ

ସିନିୟର ପୋଲିସ କନଷ୍ଟେବଳଙ୍କ ପଦ ହେଡ କନଷ୍ଟେବଳଙ୍କର ଉପର ପଦ। ତାଙ୍କ ବର୍ଦ୍ଦିରେ ବ୍ୟାଚ୍‌ ସ୍ଥାନରେ କଳା ରଙ୍ଗର ପଟି ଲାଗିଥାଏ ଏବଂ ତାହା ଉପରେ ହଳଦିଆ ରଙ୍ଗର ପଟି ଲାଗିଥାଏ। କିନ୍ତୁ କିଛି ରାଜ୍ୟରେ ବ୍ୟାଚ୍‌ ଉପରେ ଲାଲ ରଙ୍ଗର ପଟି ମଧ୍ୟ ଲାଗିଥାଏ।

ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର

ହେଡ କନଷ୍ଟେବଳଙ୍କର ଉପର ପୋଷ୍ଟ ହେଉଛି ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟରଙ୍କର ହୋଇଥାଏ। ଏମାନଙ୍କ ବର୍ଦ୍ଦି ଉପରେ ଗୋଟେ ଲାଲ ରଙ୍ଗ ଏବଂ ନୀଳ ରଙ୍ଗର ପଟି ଲାଗିଥାଏ। ଏହାସହିତ ପଟିର ସାମାନ୍ୟ ଉପରେ ଏକ ଷ୍ଟାର ମଧ୍ୟ ଲାଗିଥାଏ।

ସବ୍‌ ଇନ୍ସପେକ୍ଟର

ସବ୍‌ ଇନ୍ସପେକ୍ଟର ଏଏସଆଇଙ୍କ ଉପର ପଦରେ ହୋଇଥାନ୍ତି। ଏହି ରାଙ୍କକୁ ଅଧିକାର ରାଙ୍କ୍‌ ବୋଲି କୁହାଯାଏ। ଏମାନଙ୍କ ବର୍ଦ୍ଦିରେ ଲାଲ ଏବଂ ନୀଳ ରଙ୍ଗର ପଟି ଲାଗିଥାଏ ଏବଂ ଏହାସହିତ ଦୁଇଟି ଷ୍ଟାର ମଧ୍ୟ ଲାଗିଥାଏ। ଯେମିତି ସେନାରେ ସୁବେଦାରଙ୍କ ପଦ ହୋଇଥାଏ ଠିକ୍‌ ସେହିଭଳି ପୋଲିସରେ ସବ୍‌ ଇନ୍ସପେକ୍ଟରଙ୍କ ପଦ ହୋଇଥାଏ।

ଇନ୍ସପେକ୍ଟର

କୌଣସି ବି ଥାନାର ସବୁଠାରୁ ଉପର ପୋଷ୍ଟ ହେଉଛି ଇନ୍ସପେକ୍ଟରଙ୍କର। ଇନ୍ସପେକ୍ଟର ରାଙ୍କର ପୋଲିସ ଅଫିସର ଗୋଟେ ଥାନାର ପୂରା କାର୍ଯ୍ୟଭାର ସମ୍ଭାଳିଥାଆନ୍ତି। ଯାହାଙ୍କୁ ଥାନା ଇନଚାର୍ଜ କୁହନ୍ତି। ଏମାନଙ୍କ ବର୍ଦ୍ଦିରେ ଗୋଟେ ଲାଲ ରଙ୍ଗ ଏବଂ ନୀଳ ରଙ୍ଗର ପଟି ଲାଗିଥାଏ ଏବଂ ଏହାସହିତ ଏମାନଙ୍କର ତିନୋଟି ଷ୍ଟାର ଲାଗିଥାଏ।

ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ

ପୋଲିସ ବଳରେ କୌଣସି ବି ରାଜ୍ୟର ପ୍ରତିନିଧି ଭାବରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ ନିଯୁକ୍ତି ପାଇଥାନ୍ତି। ଅଧିକାଂଶ ସାଧାରଣ ଲୋକ ଏମାନଙ୍କୁ ଡିଏସପି ନାମରେ ଜାଣନ୍ତି। ଏମାନଙ୍କ ବର୍ଦ୍ଦିର ଏକ ଲାଲ ଏବଂ ଖାକି ରଙ୍ଗର ବ୍ୟାଚ୍‌ ଲାଗିଥାଏ। ଏହାସହିତ ବ୍ୟାଚ୍‌ ଉପରେ ତିନୋଟି ଷ୍ଟାର ଲାଗିଥାଏ।

ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ (ASP)

ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ କିମ୍ବା ଆଡିସନାଲ ଡେପୁଟୀ କମିଶନର ପଦ ଡିଏସପିରେ ଗୋଟିଏ ରାଙ୍କ ଉପରେ ହୋଇଥାଏ। ସାଧାରଣତଃ ଏମାନଙ୍କ ପଦର ସର୍ଟ ଫର୍ମ ଏଏସପିରେ ଏମାନେ ଜଣାଯାନ୍ତି। ଏମାନଙ୍କ ବର୍ଦ୍ଦିରେ ଅଶୋକ ସ୍ତମ୍ଭ ରହିଥାଏ। ଏହାସହିତ ଆଇପିଏସର ଲୋଗୋ ବି ଲାଗିଥାଏ। କାହିଁକିନା ଆଇପିଏସ ପରୀକ୍ଷା ପାସ୍‌ କରିବା ପରେ ଏହା ହେଉଛି ଅଫିସରଙ୍କ ପ୍ରଥମ ରାଙ୍କ।

ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌

ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସର ଗୋଟିଏ ରାଙ୍କ ଉପର ପଦ ହେଉଛି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ। ଏମାନଙ୍କୁ ଏସପି କିମ୍ବା ଡେପୁଟି କମିଶନର ଅଫ୍‌ ପୋଲିସ ଭାବରେ ଜଣାଯାଏ। ଏମାନଙ୍କ ବର୍ଦ୍ଦିରେ ଆଶୋକ ସ୍ତମ୍ଭ, ଗୋଟେ ଷ୍ଟାର ଏବଂ ଆଇପିଏସର ଲୋଗୋ ରହିଥାଏ।

ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌

ଏସପିର ଗୋଟିଏ ରାଙ୍କ ଉପର ପଦ ହେଉଛି ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ ଅର୍ଥାତ୍‌ ଏସଏସପିର ପୋଷ୍ଟ ହୋଇଥାଏ। ଏମାନଙ୍କୁ ବଡ ସହରରେ ନିଯୁକ୍ତି ମିଳିଥାଏ। ଏମାନଙ୍କୁ ବରିଷ୍ଠ ପୋଲିସ ଅଧିକ୍ଷକ ନାମରେ ମଧ୍ୟ ଜଣାଯାଏ। ଏମାନଙ୍କ ବର୍ଦ୍ଦିରେ ଅଶୋକ ସ୍ତମ୍ଭ ଲଗା ହେବା ସହିତ ୨ଟି ଷ୍ଟାର ମଧ୍ୟ ଲାଗିଥାଏ।

(DIG) ବା ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍‌ ପୋଲିସ

ଏସଏସପିର ଗୋଟିଏ ରାଙ୍କ ଉପରେ ଡିଆଇଜି ପୋଷ୍ଟ ହୋଇଥାଏ। ଏମାନଙ୍କ ବର୍ଦ୍ଦିରେ ଅଶୋକ ସ୍ତମ୍ଭ ସହିତ ତିନିଟି ଷ୍ଟାର ରହିଥାଏ। ଏଥିସହିତ ଏମାନଙ୍କ ବ୍ୟାଚ୍‌ ଉପରେ ଆଇପିଏସ୍‌ ର ଲୋଗୋ ମଧ୍ୟ ରହିଥାଏ।

(IG) ଇନ୍ସପେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌

ଡିଆଇଜିର ଗୋଟେ ରାଙ୍କ ଉପର ପଦ ହେଉଛି ଇନ୍ସପେକ୍ଟର ଜେନେରାଲ ଅଫ୍‌ ପୋଲିସର ପୋଷ୍ଟ। ଏମାନଙ୍କ ବର୍ଦ୍ଦିରେ ତଲଓ୍ଵାର ବା ଖଣ୍ଡା ଚିହ୍ନ ଏବଂ ଗୋଟେ ଷ୍ଟାର ଲାଗିଥାଏ। ଏହାସହିତ ଆଇପିଏସ୍‌ ମଧ୍ୟ ଲେଖା ହୋଇଥାଏ। ଏମାନଙ୍କୁ ପୋଲିସ ମହାନିରକ୍ଷକ ମଧ୍ୟ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.