Below header

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟରେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି । ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନଶିକ୍ଷକଙ୍କ ପଦବୀ ମଧ୍ୟ ପୂରଣ ହେବ । ଫଳରେ ଶୈକ୍ଷିକ ପରିବେଶରେ ଉନ୍ନତି ଆସିପାରିବ । ୨୯ ହଜାର ୭୫୯ ସହକାରୀ ଶିକ୍ଷକ ୫-ବି ସ୍ତରକୁ ପଦୋନ୍ନତି ପାଇବେ ।

ଏହାସହ ୨୯ ହଜାର ୭୫୯ ଶିକ୍ଷକ ତୁରନ୍ତ ଲେଭଲ-୪କୁ ପଦୋନ୍ନତି ପାଇବେ । ୩ ହଜାର ୭୮୫ ଜଣ ପ୍ରଧାନଶିକ୍ଷକ ସେପ୍ଟେମ୍ବର ସୁଦ୍ଧା ଲେଭଲ-୩କୁ ପଦୋନ୍ନତି ପାଇବେ। ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷାଦାନ ପାଇଁ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.