କୁମ୍ଭମେଳାରେ ଆଜି ପ୍ରଥମ ସାହି ସ୍ନାନ , ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

ଉତ୍ତରପ୍ରଦେଶ(କେନ୍ୟୁଜ୍) : କୁମ୍ଭମେଳାରେ ଆରମ୍ଭ ହେଲା ସାହି ସ୍ନାନ । ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ସ୍ନାନ ସମୟରେ ଶ୍ରଦ୍ଧାଳୁଙ୍କ ମୁହଁରୁ ହର ହର ମହାଦେବ ଶୁଣିବାକୁ ମିଳିଥିଲା । ସକାଳ ୫ଟା ୧୫ରୁ ଆରମ୍ଭ ହୋଇଥିଲା ଏହି ସାହି ସ୍ନାନ । କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକାରଣ୍ୟ। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ବିଶ୍ୱାସ ରହିଛି, ତିନି ନଦୀର ମିଳନ ସ୍ଥଳରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ ଧୋଇଯାଏ । ଏଥିପାଇଁ ଦେଶ ବିଦେଶରେ ଲୋକଙ୍କ ସମାଗମ ଏଠାରେ ହୋଇଛି । ଏଥର ୧୨ ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ ହୋଇଛି କୁମ୍ଭ ମେଳା । ମାର୍ଚ୍ଚ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବ ଏହି କୁମ୍ଭ ମେଳା ଚାଲିବ । କୋଟି କୋଟି ଲୋକଙ୍କ ସମାଗମ ସମ୍ଭାବନା ରହିଛି । ଏଥିପାଇଁ ପ୍ରୟାଗରାଜରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜଗିଛି ସିସିଟିଭି ସହ ଡ୍ରୋନ୍‌ କ୍ୟାମେରା। ବ୍ୟାପକ ପୋଲିସ ଓ ସୁରକ୍ଷା ଅଧିକାରୀ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.