Below header

ନିର୍ଦ୍ଦୟ ପୋଲିସ : ମହିଳାଙ୍କୁ ପଚରାଉଚରା କରୁଥିବା ବେଳେ ବେଲ୍ଟରେ ନିର୍ଧୁମ୍ ପିଟିଲେ, ଭିଡିଓ ହେଲା ଭାଇରାଲ

ଫରିଦାବାଦ : ଫରିଦାବାଦରେ ପୋଲିସର ସମ୍ମାନକୁ ଆଘତ ଦେବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁ ସଂଖ୍ୟାକ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପୋଲିସକର୍ମୀ ଥାନା ମଧ୍ୟରେ ଜଣେ ମହିଳାଙ୍କୁ ବଳପୂର୍ବକ ବେଲ୍ଟରେ ମାରୁଥିବାର ଦେଖିବାକୁ ମିଳିଛି। ଭିଡିଓର ଯାଞ୍ଚ କରାଯିବା ପରେ ଜଣାପଡିଥିଲା କି ଘଟଣାଟି ବଲ୍ଲଭଗଡର ଆଦର୍ଶ ନଗର ଥାନାର ଅଟେ। ତେବେ ଘଟଣାର ଯାଞ୍ଚ ଏବେ ପୋଲିସ କମିଶନର ଏବଂ ଡିଜିପି କରୁଥିବା ଜଣାପଡିଛି।

ଘଟଣାରେ ସଂପୂକ୍ତ ଥିବା ପୋଲିସଙ୍କୁ ଚିହ୍ନଟ କରାଯିବା ସହ ତାଙ୍କୁ ବରଖାସ୍ତ କରାଯାଇଛି। ଏପରିକି ଅଭିଯୁକ୍ତ ପୋଲିସକର୍ମୀଙ୍କ ବିରୋଧରେ ମାମାଲା ଦାଖଲ କରାଯାଇଛି। ମହିଳାଙ୍କୁ ମାରିବାର କାରଣ ସଠିକ୍ ଭାବେ ଜଣାପଡିନାହିଁ। ତେବେ ଭିଡିଓରେ ନଜର ଆସୁଛି କି, କିଛି ଘଟଣାକୁ ନେଇ ପଚରାଉଚରା ସମୟରେ ପୋଲିସ ମାନେ ମହିଳାଙ୍କ ଉପରେ ବେଲ୍ଟରେ ପ୍ରହାର କରିଥିଲେ। ପୀଡିତ ମହିଳାଙ୍କ ଖୋଜ କରୁଥିବା ବେଳେ ମାମଲାଙ୍କୁ ଖୁବ ଗମ୍ଭୀରତାର ସହ ତଦନ୍ତ କରାଯାଉଛି।


video courtesy :Punjab Kesari Haryana

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.