Below header

ପତିହନ୍ତା ପତ୍ନୀ : ବାହାଘରର ୩ ମାସ ଭିତରେ ସ୍ୱାମୀକୁ କାହିଁକି ମାରିଲା, ଜାଣିଲେ ହେବେ ଆଚମ୍ବିତ

ବାହାଘର ହୋଇଥିଲା ୨୦୧୮ ଡିସେମ୍ବର ମାସ ୨୯ ତାରିଖରେ । ବାହାଘରକୁ ତିନି ମାସ ବି ପୂରି ନାହିଁ । ହେଲେ ବିଧବା ହୋଇଗଲେ ବ୍ରୁଶାଲି ସାଲୁଖେ । ପୋଲିସ୍‌ ଆଗରେ କହିଲେ ଘରେ ଚୋର ପଶି ସ୍ୱାମୀକୁ ମାରି ଦେଇଛନ୍ତି । ହେଲେ ପୋଲିସ୍‌ ତଦନ୍ତ କରିବା ପରେ ଯେଉଁ ସତ କଥା ବାହାରିଲା ତାକୁ ଯେକେହି ଶୁଣିଲେ ଆଚମ୍ବିତ ହୋଇଯିବ । ମହିଳା ଜଣକ ନିଜ ହାତରେ ନିଜ ସ୍ୱାମୀକୁ ମାରି ପତିହନ୍ତା ପାଲଟିଛି ।
ଘଟଣା ହେଉଛି ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳର । ୨୨ ବର୍ଷୀୟା ବ୍ରୁଶାଲି ବାହା ହୋଇଥିଲେ ୨୫ ବର୍ଷ ବୟସ୍କ ବୟସର ଜଗଦୀଶ ସାଲୁଖେଙ୍କୁ । ତେବେ ବ୍ରୁଶାଲିର କହିବା କଥା ତା ଇଚ୍ଛା ବିରୋଧରେ ଏବଂ ଜଗଦୀଶର ପରିବାର ଚାପରେ ତାକୁ ବାହା କରାଯାଇଥିଲା । ଜଗଦୀଶ ତାର ଆଦୌ ପସନ୍ଦ ନଥିଲା । ଜଗଦୀଶ ଏକ ଫାର୍ମା କମ୍ପାନୀରେ କାମ କରୁଥିଲା ।

ସେ ବାରମ୍ବାର ମନା କରିବା ସତ୍ତ୍ୱେ ଜଗଦୀଶ ତାକୁ ବାହା ହୋଇଥିଲା । ବାହାଘର ପରେ ଦୁହିଙ୍କ ଭିତରେ ସବୁ ବେଳେ ଝଗଡ଼ା ଲାଗି ରହୁଥିଲା । ଶେଷରେ ସେ ନିଜ ହାତରେ ସ୍ୱାମୀ ଖାଦ୍ୟରେ ବିଷ ମିଶାଇ ମାରିଦେଲା । କାଳେ ବଞ୍ଚିଥିବା ଭାବି ଏକ ରଶିରେ ଜଗଦୀଶର ବେକକୁ ମଧ୍ୟ ଚିପି ଦେଲା ।
ପୋଲିସ୍‌ ଆଗରେ ଏକଥା ବ୍ରୁଶାଲି ସ୍ୱୀକାର କରିଛି । ସେ ଆହୁରି ମଧ୍ୟ କହିଛି ଯେ ପୂର୍ବରୁ ଥରେ ଜଗଦୀଶର ଖାଇବାରେ ବିଷ ମିଶାଇଥିଲା । ତେବେ ଖାଦ୍ୟ ଖରାପ ଲାଗିବାରୁ ସେ ଏହାକୁ ଫିଙ୍ଗି ଦେଇଥିଲା । ତେଣୁ ଅଳ୍ପକେ ବଞ୍ଚି ଯାଇଥିଲା । ହେଲେ ବ୍ରୁଶାଲି କିନ୍ତୁ ପୁଣି ଥରେ ଷଡ଼ଯନ୍ତ୍ର କରିଥିଲା ଓ ସଫଳ ହେଲା । ପୋଲିସ୍‌ ତାକୁ ଗିରଫ କରିବା ପରେ ଗତ ଶ୍ରୁକବାର ଦିନ କୋଲସେବାଡ଼ି ପୋଲିସ୍‌ ଆଗରେ ବ୍ରୁସାଲି କେମିତି ସେ ଜଗଦୀଶର ହତ୍ୟା କଲା ସେକଥା ସ୍ୱୀକାର କରିଛି ।
ଘଟଣା ଘଟିଥିଲା ଉଷା ସଦନ କୋଅପରେଟିଭ୍‌ ସୋସାଇଟି ଅଞ୍ଚଳରେ ମାର୍ଚ୍ଚ ୬ ତାରିଖରେ । ପ୍ରଥମେ ପୋଲିସ୍‌ ବ୍ରୁଶାଲିର କାହାଣୀ ଚୋରମାନେ ଜଗଦୀଶକୁ ମାରିଦେଇଥିବା କଥାକୁ ବିଶ୍ୱାସ କରିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ସେମାନଙ୍କ ଧାରଣାକୁ ବଦଳାଇ ଦେଇଥିଲା । କାରଣ ଜଗଦୀଶର ମୃତ୍ୟୁ ବିଷକ୍ରିୟାରୁ ହୋଇଥିବା ଜଣାପଡ଼ିଥିଲା । ଜଗଦୀଶ ତାର ଆଦୌ ପସନ୍ଦ ନଥିବାରୁ ସେ ତାକୁ ମାରି ଦେଲା ବୋଲି ବ୍ରୁଶାଲି କହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.