Below header

ଚତୁର୍ଥ ଦିନିକିଆ : ମୋହାଲିରେ ରୋହିତ ଓ ଧବନ୍‌ଙ୍କ ସୁପର ସୋ, ଭାରତର ୩୫୮ ରନ୍‌

ମୋହାଲି : ଓପନିଂ ଯୋଡ଼ିରେ ୧୯୩ ରନ୍‌ର ଭାଗିଦାରୀ ଏବଂ ଶିଖର ଧବନ୍‌ଙ୍କ ୧୬ତମ ଶତକ ଜରିଆରେ ଭାରତ ୯ ଓ୍ଵିକେଟ୍‌ ହରାଇ କରିଛି ୩୫୮ ରନ୍‌ । ଅଷ୍ଟ୍ରେଲିଆ ପକ୍ଷରୁ ପେସ୍‌ ବୋଲର୍‌ ପ୍ୟାଟ୍‌ କମିନ୍ସ ୫ଟି ଏବଂ ରିଚାର୍ଡ଼ସ୍‌ ୩ଟି ଓ୍ଵିକେଟ୍‌ ନେଇଛନ୍ତି । ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଶେଷ ଭାଗରେ ଅଳ୍ପ ରନ୍‌ରେ ଓ୍ଵିକେଟ୍‌ ସବୁ ହରାଇଥିଲେ ।
କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତ କେତୋଟି ମ୍ୟାଚ୍‌ରେ ଫ୍ଲପ୍‌ ମାରିଥିବା ଭାରତର ଦୁଇ ଓପ୍ନର ରୋହିତ ଓ ଧବନ୍‌ ଏଥର କିନ୍ତୁ ଜୋରଦାର ବ୍ୟାଟିଂ କଲେ । ଅଷ୍ଟ୍ରେଲିଆର କୌଣସ ବୋଲରଙ୍କୁ ବାଦ୍‌ ନଦେଇ ଖୁବ୍‌ ପ୍ରହାର କରିଥିଲେ । ତେବେ ରୋହିତ ୯୨ ବଲ୍‌ରେ ୯୫ ରନ୍‌ (୭ ଚୌକା, ୨ ଛକା) କରି ଶତକର ନିକଟତର ହେବା ପରେ ରାଚାର୍ଡ଼ସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଅନ୍ୟପକ୍ଷରେ ଧବନ୍‌ ଶତକ କରି ମଧ୍ୟ ଅଟକି ଯାଇ ନଥିଲେ । ଆହୁରି ଜୋରରେ ଆକ୍ରମଣ କରିଥିଲେ । ସେ ୧୧୫ ବଲ୍‌ରେ ୧୪୩ ରନ୍‌ କରି କମିନସଙ୍କ ବଲ୍‌ରେ ବୋଲ୍‌ଡ ହୋଇ ଯାଇଥିଲେ । ଧବନ୍‌ ୧୮ଟି ଚୌକା ଓ ୩ଟି ଛକା ମାରିଥିଲେ । ବିଶ୍ୱ କପ୍‌ ପୂର୍ବରୁ ଖରାପ ଫର୍ମ ଯୋଗୁଁ ଅଧିକ ସମାଲୋଚନାର ଶିକାର ହୋଇଥିବା ଧବନ୍‌ ମୋହାଲିରେ ଚମକାଇ ଦେଲେ ।

DHAWAN-ROHIT-1
ତେବେ ପ୍ରଥମରୁ ଭଲ ଖେଳିଲେ, ପଛକୁ ଗଳି ପଡ଼ିଲେ । ଓପ୍ନରଙ୍କ ପରେ ଲୋକେଶ ରାହୁଲ ୨୬, କୋହଲି ମାତ୍ର ୭, ପନ୍ତ ୨୪ ବଲ୍‌ରୁ ଦ୍ରୁତ ୩୬ (୪ ଚୌକା, ୧ ଛକା), ବିଜୟ ଶଙ୍କର ୨୬ ରନ୍‌ କରିଥିଲେ । ପ୍ରାୟ ସମସ୍ତେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ଅଯଥାରେ ଓ୍ଵିକେଟ୍‌ ଦାନ କରିଥିଲେ ।
ଏହି ମ୍ୟାଚ୍‌ ପାଇଁ ଭାରତ ୪ଟି ପରିବର୍ତ୍ତନ କରିଛି । ଲୋକେଶ ରାହୁଲ ଆସିଛନ୍ତି ଅମ୍ବାତି ରାୟୁଡୁଙ୍କ ଜାଗାରେ । ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲ, ସାମିଙ୍କ ଜାଗାରେ ଭୁବନେଶ୍ୱର କୁମାର ଏବଂ ଧୋନିଙ୍କ ବଦଳରେ ୠଷଭ ପନ୍ତ ଖେଳୁଛନ୍ତି ।
ଦିନିକିଆରେ ଓପନିଂ ଯୋଡ଼ି ଭାବେ ଶିଖର ଧବନ୍‌ ଓ ରୋହିତ ଶର୍ମା ରନ୍‌ ସଂଗ୍ରହରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଯୋଡ଼ି । ସେମାନେ ୮୨୨୭ ରନ୍‌ ସଂଗ୍ରହ କରିଛନ୍ତି ।

ସ୍କୋର : ଭାରତ-୩୫୮/୯, ୫୦ ଓଭର (ରୋହିତ ଶର୍ମା ୯୫, ଶିଖର ଧବନ୍‌ ୧୪୩, ରାହୁଲ ୨୬, କୋହଲି ୭, ପନ୍ତ ୩୬, କେଦାର ଯାଦବ ୧୦, ବିଜୟ ଶଙ୍କର ୨୬, ଭୁବନେଶ୍ୱର କୁମାର ୧, କୁଲଦୀପ ଯାଦବ ଅପରାଜିତ ୧, ଚହଲ ୦, ବୁମରା ଅପରାଜିତ ୬ । କମିନ୍ସ ୧୦-୦-୭୦-୫, ରିଚାର୍ଡ଼ସନ୍‌ ୯-୦-୮୫-୩) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.