Below header

ବିଶ୍ଵରେ ସବୁଠାରୁ ପ୍ରଦୂଷିତ ସହର ପାକିସ୍ତାନର ଲାହୋର, ଜାଣିଛନ୍ତି କି କେତେ ନମ୍ବରରେ ଅଛି ଦିଲ୍ଲୀ..

ଲାହୋର : ପାକିସ୍ତାନର ସାଂସ୍କୃତିକ ରାଜଧାନୀ ଲାହୋର ପୁଣି ଥରେ ଦୁନିଆର ସବୁଠୁ ପ୍ରଦୁଷଣ ସହର ତାଲିକାର ଶୀର୍ଷରେ ରହିଛି । ୟୁଏସ୍‌ ଏୟାର କ୍ୱାଲିଟି ଇଣ୍ଡେକ୍ସ ଦ୍ୱାରା ସୋମବାର ଜାରି କରାଯାଇଥିବା ପ୍ରଦୁଷଣ ତାଲିକାରେ ‘ଦୁନିଆର ସବୁଠୁ ପ୍ରଦୂଷଣ ସହର ତାଲିକାରେ ପାକିସ୍ତାନର ଲାହୋର’ ରହିଛି ଶୀର୍ଷରେ ।

ଏହି ତାଲିକା ମୁତାବକ, ଏଠାକାର ବାୟୁର ଅତି ସୂକ୍ଷ୍ମ କଣିକା(ପିଏମ୍‌)ର ରେଟିଙ୍ଗ୍‌ ୪୨୩ ରେ ରହିଛି । ସେହିପରି ପାକିସ୍ତାନର କରାଚି ସହର ରହିଛି ୭ମ ସ୍ଥାନରେ । ଭାରତର ରାଜଧାନୀ ନୂଆଦିଲ୍ଲୀ ର ବାୟୁ ୨୨୯ ଅତି ସୂକ୍ଷ୍ମ କଣିକା ରେଟିଙ୍ଗ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି । ନେପାଳ ରାଜଧାନୀ କାଠମାଣ୍ଡୁ ସବୁଠୁ ପ୍ରଦୁଷଣ ସହର ତାଲିକାର ୩ୟ ସ୍ଥାନରେ ରହିଛି । ଏଠାକାର ବାୟୁର ଅତି ସୂକ୍ଷ୍ମ କଣିକା ରେଟିଙ୍ଗ୍‌ ରହିଛି ୧୭୮ ରେ । ଆମେରିକାର ପରିବେଶ ସଂରକ୍ଷଣ ଏଜେନ୍ସି ବାୟୁର ଅତି ସୂକ୍ଷ୍ମ କଣିକା ରେଟିଙ୍ଗ୍‌ ୫୦ ଭିତରେ ରହିବାକୁ ସନ୍ତୋଷଜନକ ବୋଲି କହିଥାଏ ।

delhi city

ମାତ୍ର ଲାହୋର ବାୟୁର ଅତି ସୂକ୍ଷ୍ମ କଣିକା ରେଟିଙ୍ଗ ୩୦୧ ଥିବାବେଳେ ଏହାଠୁ ଉପର ଶ୍ରେଣୀକୁ ‘ମାରାତ୍ମକ’ ବୋଲି କୁହାଯାଇଥାଏ । ତେବେ ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ପରାଲି ଜଳାଇବା, ମାତ୍ରାଧିକ ପରିବହନ ଓ ଶିଳ୍ପ ଯୋଗୁ ଦିଲ୍ଲୀର ବାୟୁ ଅତି ପ୍ରଦୁଷଣ ବୋଲି ପରିବେଶ ବିଶେଷଜ୍ଞ କହିଛନ୍ତି । ଏହାଛଡ଼ା କିଛି ଇଟାଭାଟି ପୂରୁଣା ତରିକାରେ ଇଟା ପ୍ରସ୍ତୁତ କରୁଥିବାରୁ ମଧ୍ୟ ଏହା ବାୟୁ ପ୍ରଦୁଷଣର ମୁଖ୍ୟ କାରଣ ହୋଇଥାଏ ।

ଏହିସବୁ ଇଟା ଭାଟିକୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏବେବି ଏହା ଚାଲୁ ରହିଛି ବୋଲି ଜଣାପଡ଼ିଛି । ଯାହାକି ଦିଲ୍ଲୀର ବାୟୁ ପ୍ରଦୁଷଣ କରିବାରେ ମୁଖ୍ୟ କାରଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.