ବିନା ପରମିଟ୍‌ ତା ସାଙ୍ଗକୁ ଓଭର୍‌ ଲୋଡିଂ, ଟ୍ରକ୍‌କୁ ଲାଗିଲା ୮୭ ହଜାର ଟଙ୍କାର ଫାଇନ୍‌

ଭଦ୍ରକ: ଟ୍ରକ୍‌ଟି ଓଭରଲୋଡିଂ ତ କରିଥିଲା ତା ସହିତ ଚାଲୁଥିଲା ବିନା ପରମିଟ୍‌ରେ । ଏଭଳି ଏକ ଆଇରନ ବୋଝେଇ ଟ୍ରକ୍‌କୁ ଲାଗିଲା ମୋଟା ଅଙ୍କର ଜୋରିମାନା । ୮୭ ହଜାର ୬ ଶହ ୨୦ ଟଙ୍କା । ଏହି ଜରିମାନା ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ।

TRUCK-2

ସୂଚନା ଅନୁଯାୟୀ, ଆଇରନ ବୋଝେଇ ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟଣା ଯାଉଥିଲା । ତେବେ ନିୟମ ଠାରୁ ଅଧିକ ଓଜନର ମାଲ୍‌ ପରିବହନ ଓ ପରମିଟ୍‌ ନଥାଇ ଚଳାଇଥିଲା ବେଆଇନ୍‌ କାମ । ଏତିକିବେଳେ ଭଦ୍ରକ ଠାରେ ଆରଟିଓ ଚେକିଂରେ ଧରା ପଡ଼ି ଯାଇଥିଲା । ଟ୍ରକଟିକୁ ଯାଞ୍ଚ ସମୟରେ ଏସବୁ କଥା ସ୍ପଷ୍ଟ ହେବାରୁ ଏହାକୁ ଜରିମାନା ଲଗାଯାଇଛି । ଟ୍ରକଟି ତାମିଲନାଡୁ ରାଜ୍ୟର ବୋଲି ସୂଚନା ମିଳିଛି । ଏନେଇ ଟୁଇଟ ଯୋଗେ ଜଣାଇଛନ୍ତି ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.