ଛାଡଖାଇର ସ୍ୱାଦକୁ ଦୁଇ ଗୁଣା କରିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଏହି ” ଚିକେନ ରେସିପି ” ବିଷୟରେ

କାର୍ତ୍ତିକ ମାସ ପରେ ଆସିଲା ଛାଡଖାଇ । ମାସ ସାରା ଆମିଷ ବର୍ଜନ କରି ଏକ ପ୍ରକାର ଅସ୍ତବ୍ୟସ୍ତ ହେଇଗଲେଣି ସାଧାରଣ ଲୋକେ | ଆଉ ନିଜ ନିଜ ଛାଡ଼ଖାଇକୁ ଆହୁରି କେମିତି ସ୍ୱାଦିଷ୍ଟ କରିବେ ସେଚିନ୍ତାରେ ଏବେ ସମସ୍ତେ । ଆପଣଙ୍କ ସେହି ଚିନ୍ତାକୁ ଦୂର କରିବା ପାଇଁ ଆମେ ନେଇ ଆସିଛୁ ଏକ ସହଜ, ସୁନ୍ଦର ଓ ସ୍ୱାଦିଷ୍ଟ ରେସିପି । ଯାହାକୁ ଥରେ ଚାଖି ନିଶ୍ଚିନ୍ତ ରୂପେ କହିବେ ବାଃ ବାଃ ।

ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ |

ଆବଶ୍ୟକ ହେଉଥିବା ସାମଗ୍ରୀ:

ଗୋଟେ କେଜି ବୋନ ଲେସ ଚିକେନ

2 ଚାମଚ ଲୁଣ

ଗୋଟେ କପ ତେଲ

ଦେଢ଼ କପ କଟା ଯାଇଥିବା ପିଆଜ

ଗୋଟେ ବଡ ଚାମଚ ରସୁଣ

ଖଣ୍ଡେ ଅଦା

ଗୋଟେ ଚାମଚ କରି ପାଉଡର

ଗୋଟେ ଚାମଚ ଜିରା

ହଳଦୀ ଗୁଣ୍ଡ

ଗୋଟେ ଚାମଚ ବଟା ଧନିଆ

ପାଣି

ଗୋଟେ କଟା ଯାଇଥିବା ଟମାଟୋ

ଗୋଟେ କପ ସାଧା ଦହି

ଗୋଟେ ଚାମଚ ସୀତାଫଲ

ଗୋଟେ ଚାମଚ ଗରମ ମସଲା

ଗୋଟେ ବଡ ଚାମଚ ଲେମ୍ବୁ ରସ

ଚୁଲିରେ କଡେଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେଇ ଆସିଲେ ଚିକେନ ପକାନ୍ତୁ । ହାଲକା ବାଦାମୀ ରଙ୍ଗର ହେଇ ଆସିଲେ ସେଗୁଡିକୁ ଗୋଟେ ପ୍ଲେଟକୁ କାଢି ନିଅନ୍ତୁ । ଏବେ କଡେଇରେ ବଳକା ଥିବା ତେଲରେ ପିଆଜ, ରସୁଣ, ଅଦା ଆଦିକୁ ପକାନ୍ତୁ । ପାଖାପାଖି 8 ମିନିଟ ଯାଏଁ ଘାଟନ୍ତୁ । ଏବେ ସେଥିରେ କରି ପାଉଡର, ଜିରା, ହଳଦୀ, ଧନୀୟା ସହ କିଛି ପାଣି ଦିଅନ୍ତୁ । ଏବେ ଏହି ମିଶ୍ରଣରେ ଟମାଟୋ, ଦହି, ସୀତାଫଳ, ଲୁଣ ଦିଅନ୍ତୁ । ମସଲା ଭଲ ଭାବରେ ମିଶି ଆସିଲେ ଏବେ ସେଥିରେ ପାଣି ଦିଅନ୍ତୁ । ଫୁଟି ଆସିଲେ ଭଜା ଯାଇଥିବା ଚିକେନ ପକାନ୍ତୁ । ଏବେ ଚିକେନ ଉପରେ ଗରମ ମସଲା ପକାନ୍ତୁ । ଚିକେନ ରଙ୍ଗ ହାଲକା ଲାଲ ରଙ୍ଗର ହୋଇ ଆସିଲେ ଓଲ୍ହାଇ ଦିଅନ୍ତୁ । ଏବେ ଏହି ରେସିପିରେ ହାଲୁକା ଲେମ୍ବୁ ରସ ଦେଇ ପରସନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.