ଚୀନ୍‌କୁ ସାବାଡ୍‌ କରିବା ପାଇଁ ଯୋଜନା ଆରମ୍ଭ, ଏକାଠି ହେଲେ ଆମେରିକା ସହ ଅନ୍ୟ ୭ ଦେଶ

ବ୍ଲୁମ୍‌ବର୍ଗ  : ଚୀନର ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ପଦାକୁ ଆସିବା ପରେ ଏବେ ଚୀନ୍‌ ବିରୋଧରେ ଏକାଠି ହୋଇଛନ୍ତି ଆମେରିକା ସହିତ ଅନ୍ୟ ୭ ଟି ଦେଶ । ଏହି ୮ଟି ଦେଶକୁ ନେଇ ଗଠିତ ହୋଇଥିବା ଗୋଷ୍ଠୀ ଚୀନ୍‌ର ବୈଷୟିକ ବ୍ୟବସାୟ, ସୁରକ୍ଷା ଓ ମାନବାଧିକାରକୁ କାଉଣ୍ଟର କରିବା ପାଇଁ ଏକାଠି ହୋଇଛନ୍ତି । ଏହାର ନାମ ରଖାଯାଇଛି ଆଇପିଏସି (ଇଣ୍ଟର ପାର୍ଲାମେଣ୍ଟାରୀ ଆଲାଏନ୍ସ ଅନ୍‌ ଚାଇନା) ।

ଚୀନ୍‌ ବିରୋଧରେ ଏକାଠି ହୋଇଥିବା ଦେଶଗୁଡ଼ିକ ହେଲେ ଆମେରିକା, ଜର୍ମାନୀ, ବ୍ରିଟେନ୍‌, ଜାପାନ, ଅଷ୍ଟ୍ରେଲିଆ, କାନାଡା, ସ୍ୱିଡେନ୍‌ ଓ ନରେଓ୍ଵ । ଏହା ସହିତ ୟୁରୋପ ସଂସଦର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ଏକ ରଣ ନୀତି କରି ଚୀନ୍‌କୁ ସବୁ ଦିଗରୁ ଘେରିବା ପାଇଁ ଯୋଜନା ତିଆରି କରିଛି ଆମେରିକା । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଏହି ଆଇପିଏସି ତିଆରି ହୋଇଛି।
ତେବେ ଚୀନ୍ କିନ୍ତୁ ତା’ବିରୋଧରେ ତିଆରି ହେଉଥିବା ଗୋଷ୍ଠୀକୁ ଖାତିର କରେ ନାହିଁ ବୋଲି କହିଛି । ଏହି ଗ୍ରୁପକୁ ୧୯୦୦ ମସିହା ବେଳର ବ୍ରିଟେନ୍, ଆମେରିକା, ଜର୍ମାନୀ, ଫ୍ରାନ୍ସ, ଋଷିଆ, ଜାପାନ, ଇଟାଲୀ ଏବଂ ଅଷ୍ଟ୍ରେଲିଆ-ହଂଗରୀର (୮ ନେଶନ ଆଲାଏନ୍ସ) ବୋଲି କହିଛି।

trump-0

ପାଶ୍ଚାତ୍ୟ ଦେଶମାନେ ଚୀନକୁ ଘେରିବା ପାଇଁ ଯେଉଁ ଚିନ୍ତା କରୁଛନ୍ତି ସେଥିରୁ ନିବୃତ ରହିବା ଦରକାର ବୋଲି ଚୀନ କହିଛି । ଚୀନ୍ ଆଉ ୨୦ ଦଶକର ହୋଇ ରହିନାହିଁ । ନିଜର ଶକ୍ତି ଆଇପିଏସି ଦେଶ ତୁଳନାରେ ଅଧିକ ରହିଛି ବୋଲି କହିଛି।

ପୂର୍ବରୁ ଚୀନ ସହ ଗୋଟିଏ ଗୋଟିଏ ଦେଶ ଲଢ଼ୁଥିଲେ । ଏବେ ସମସ୍ତେ ମିଶି ଚୀନକୁ ଘେରିବା ଦରକାର ବୋଲି ଆମେରିକା କହିଛି । କରୋନା ଭାଇରସ ପାଇଁ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । କାରଣ ଆମେରିକାରେ କରୋନା ମହାମାରୀ ସର୍ବାଧିକ କ୍ଷତି ଘଟାଇଛି । ଚୀନ ଭିତରେ ଏବେ ଆଭ୍ୟନ୍ତରୀଣ ବିଦ୍ରୋହ ଚାଲିଥିବା ବେଳେ ୮ଟି ଦେଶର ଏହି ଆକ୍ରମଣ ଯୋଜନା ଚୀନ୍‌କୁ ମହଙ୍ଗା ପଡ଼ିପାରେ ।

Leave A Reply

Your email address will not be published.