ବସ୍ ଯାତ୍ରୀମାନଙ୍କ ପାଇଁ ଖୁସିଖବର, ସୋମବାର ଠାରୁ ଗଡିବ OSRTC ବସ୍, କଣ ରହିଛି କଟକଣା ନଜର ପକାନ୍ତୁ

କେନ୍ୟୁଜ୍ (ବ୍ୟୁରୋ): ସୋମବାର ଠାରୁ ଗଡିବ  OSRTC ବସ୍। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ କରିବ ବସ୍। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍‌ରେ ବସ୍ ସେବା ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ସଡ଼କ ପରିବହନ ନିଗମ CMD ଅରୁଣ ବୋଥ୍ରା। ତେବେ ବସ ଚଳାଚଳରେ କେତେକ କଟକଣାକୁ ବଢାଯାଇଛି। ସେଗୁଡିକ ହେଲା :-

  • ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ।
  • କୌଣସି ଯାତ୍ରୀ ଠିଆ ହୋଇ ବସ୍‌ରେ ଯାଇପାରିବେ ନାହିଁ।
  • ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସେହିପରି କରୋନା ସଂକ୍ରମଣ ରୋକିବା ପାଇଁ ବସ୍‌ଗୁଡିକୁ ବିଶୋଧନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଅତି ଜରୁରୀ ନଥିଲେ ବସ୍‌ରେ ଯାତ୍ରା ନକରିବାକୁ ଏବଂ ବସ୍‌ରେ ଚଢ଼ିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ କୁହାଯାଇଛି।

Leave A Reply

Your email address will not be published.