ଲେବାନନ୍‌ ରାଜଧାନୀ ବିରଟରେ ଭୟଙ୍କର ବିସ୍ଫୋରଣ: ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪ହଜାରରୁ ଉର୍ଦ୍ଧ୍ବ ଆହତ

ବିରଟ: ଲେବାନନ୍‌ ରାଜଧାନୀ ବିରଟରେ ବିସ୍ଫୋରଣ । ସହରର ବନ୍ଦର ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ବିଲ୍‌ଡିଂ କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭୁଶୁଡ଼ି ପଡ଼ିଛି।

BLASTସୂଚନା ଅନୁଯାୟୀ, ଏକାଥରକେ ଦୁଇ ଦୁଇଟି ବିସ୍ଫୋରଣ ହୋଇଥିଲା। ଏକ ଗୋଦାମଘରେ ପ୍ରାୟ ୬ବର୍ଷ ଧରି ଗଚ୍ଛିତ ଥିବା ବିସ୍ଫୋରକରୁ ଏହି ବିସ୍ଫୋରଣ ଘଟିଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରପତି ମାଇକେଲ ଆଉନ୍‌ ଟ୍ଵିଟ୍‌ କରି କହିଛନ୍ତି ପ୍ରାୟ ୨ହଜାର ୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଅସୁରକ୍ଷିତ ଭାବେ ଗଚ୍ଛିତ ରଖାଯାଇଥିଲା। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଘଟଣାରେ ଯିଏ ଦୋଷୀ ଥିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମୁଖ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.