Below header

ସିଂହ କଲା ଆକ୍ରମଣ ତ ବାଘ ମାରିଲା ପଞ୍ଝା ଜାଣନ୍ତୁ କିଏ ଜିତିଲା ଏହି ଯୁଦ୍ଧ ଦେଖନ୍ତୁ ଭିଡିଓ

ନିକଟରେ ଏକ ବାଘ ଓ ଏକ ସିଂହର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯାହାକି ଅତି ଦ୍ରୁତଗତିରେ ଭାଇରଲ ହେବାରେ ଲାଗିଛି । 24 ସେକେଣ୍ଡର ଏହି ଭିଡିଓକୁ ଟ୍ୱିଟରରେ ଭାରତୀୟ ବନବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରିଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଘାସର ପଡିଆରେ ବାଘଟି ଆରାମରେ ଶୋଇଥିଲା । ସେହି ସମୟରେ ଅନ୍ୟ ବାଘ ଓ ସିଂହ ମାନେ ପଡିଆରେ ବୁଲୁଥିଲେ । ତେବେ ହଠାତ ଏକ ସିଂହ ଆସି ବାଘ ଉପରେ ଆକ୍ରମଣ କରିବାପାଇଁ ଚେଷ୍ଟା କରି ତାର ବେକକୁ କାମୁଡି ଦେଲା । ତାପରେ ବାଘଟି ତୁରନ୍ତ ଓଲଟି ତାର ପଞ୍ଝା ସିଂହର ମୁହଁରେ ମାରିଦେଲା । ତେବେ ବାଘର ପଞ୍ଝା ସିଂହର ମୁହଁରେ ବାଜିବା ପରେ ସେ ତୁରନ୍ତ ସେଠାରୁ ପଳାଇ ଯାଇଥିଲା ଏବଂ ଏହି ଯୁଦ୍ଧରେ ସିଂହଟି ହାରି ଯାଇଥିଲା ।

बाघ ने किया Attack तो शेर ने पलटकर मारा मुक्का, जानिए कौन जीता ये जंग... देखें Video

ସୁଶାନ୍ତ ଏହି ଭିଡିଓ ପୋଷ୍ଟ କରିବା ସହ ଲେଖିଥିଲେ “ଯେତେବେଳେ ପଞ୍ଝା ମରିବାର କଥା ଉଠେ ସେତେବେଳେ ବାଘ ଏକ ବକ୍ସର ଭଳି କାମ କରିଥାଏ । ବାଘ ପଞ୍ଝାର ଆକ୍ରମଣରେ ଗାଈର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିପାରେ । ଦେଖନ୍ତୁ ଏହି ଭିଡିଓ” । ତେବେ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.