Below header

ଏଠାରେ ଭୋକରେ ମରୁଛନ୍ତି ସିଂହ, କୁପୋଷଣର ଶିକାର ହୋଇଥିବା ସିଂହକୁ ମଧ୍ୟ ଚିହ୍ନିବା ମୁସ୍କିଲ

ଯାହାର ଚିତ୍କାରରେ ସାରା ଜଙ୍ଗଲ ଥରିଉଠେ । ଯାହାକୁ ଦେଖିବା ମାତ୍ରେ ମଣିଷଠୁ ପଶୁ ପର୍ଯ୍ୟନ୍ତ ଭୟରେ ଥରି ଉଠନ୍ତି ଆଜି ସେହି ସିଂହ କୁପୋଷଣର ଶିକାର । ଆଜ୍ଞା ହଁ ସୁଡେନର ଅଲ-କୁରେସି ପାର୍କରେ ରହୁଥିବା ଆଫ୍ରିକୀୟ ସିଂହ ଗୁଡିକର ସ୍ଥିତି ଏତେ ଖରାପ ଯେ ଏମାନଙ୍କୁ ଆପଣ ଚିହ୍ନି ପାରିବେ ନାହିଁ । ଗତ କିଛି ଦିନ ହେଲା ନା ଏମାନଙ୍କ ପାଖରେ ଅଛି କିଛି ଖାଦ୍ୟ ନା କିଛି ଔଷଧ । ଏପରିକି ବର୍ତ୍ତମାନ ଏମାନଙ୍କର ଭୋକରେ ମରିବାର ଦିନ ପାଖେଇ ଆସିଲାଣି ।

ଏହି ସିଂହ ମାନଙ୍କର ପରିସ୍ଥିତି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସୁଡେନର ମାନବାଧିକାର ଓକିଲ ଉସ୍ମାନ ସଲିହ ନିଜ ଫେସବୁକରେ ଏହିସବୁ ଫଟୋ ସେୟାର କରିଥିଲେ । ସେ ଲୋକମାନଙ୍କଠାରୁ ଓ ଅନେକ ସଂସ୍ଥାକୁ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

Image result for lions-are-dying-of-starvation-here-difficult-to-identify-malnourished-lions-in-sudan

 

ଫେସବୁକରେ ସେୟାର ହେବା ପରେ ଏହା ଭାଇରଲ ହୋଇଯାଇଥିଲା ଓ ଅନେକ ଲୋକ ଏମାନଙ୍କ ପାଇଁ ସାହାଯ୍ୟର ହାତ ବଢାଇଥିଲେ । ତାସହିତ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ପାର୍କର ସ୍ଥିତି ମଧ୍ୟ ଏହି ପଶୁମାନଙ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଏହି ସିଂହ ଗୁଡିକ ବର୍ତ୍ତମାନ ଅନେକ ଗମ୍ଭୀର ରୋଗରେ ପୀଡିତ । ରୋଗ ସହିତ ସେମାନେ କୁପୋଷଣର ମଧ୍ୟ ଶିକାର ହୋଇଛନ୍ତି । ତେବେ ତାଙ୍କର ଆଉଗୋଟିଏ ପୋଷ୍ଟରେ ସଲିହ ଲେଖିଛନ୍ତି ପ୍ରଥମ ପୋଷ୍ଟ ପରେ କିଛିଲୋକ ତାଙ୍କପାଇଁ ମାଂସ ଆଣି ଆସିଥିଲେ ତ ଆଉକିଛିଲୋକ ଆଣ୍ଟିବାୟୋଟିକସ ନେଇ ଆସିଥିଲେ । ସିଂହ ମାନଙ୍କୁ ସୁରକ୍ଷା ଦେବାପାଇଁ ସଲିହଙ୍କ ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.