ଓଡିଶାକୁ ବ୍ୟାପିଲାଣି କି କରୋନା ଭାଇରସ୍, ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର (କେନ୍ୟୁଜ୍) : କରୋନାକୁ ନେଇ ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର । କରୋନା ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସପିଟାଲ ଗୁଡିକୁ ଚିଠି ଲେଖାଯାଇଛି । ଭୁବନେଶ୍ୱର ଓ ଝାରସୁଗୁଡା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ବିଦେଶରୁ ଆସୁଥିବା ଘାତକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏଥିସହ ଏସସିବି, ବୁର୍ଲା ଓ କ୍ୟାପିଟାଲ ହସପିଟାଲରେ ସ୍ୱତନ୍ତ୍ର ଓ୍ଵାର୍ଡ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି ।

ପାରାଦୀପ ବନ୍ଦର ଓ ରେଲେଓ୍ଵକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି । ଡାକ୍ତରଖାନାରେ ଔଷଧ ଓ ଆବଶ୍ୟକୀୟ ଉପକରଣ ରଖିବାକୁ କୁହାଯାଇଛି । ସ୍ୱଛତା ଉପରେ ଧ୍ୟାନ ଦେବା ସହ ସବୁବେଳେ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ସେହିପରି କାସିବା କିମ୍ବା ଛିଙ୍କିବା ବେଳେ ନାକ ଓ ପାଟିକୁ ଘୋଡାଇ ରଖିବାକୁ କୁହାଯାଇଛି। ଅସୁସ୍ଥ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ନିଜେ ଅସୁସ୍ଥ ଥିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି। ପଶୁଙ୍କ ସଂସ୍ପର୍ଶରେ ନଆସିବାକୁ ଦିଆଯାଇଛି ପରାମର୍ଶ। ବିମାନରେ ଆସିବା ବେଳେ ଅସୁସ୍ଥ ଅନୁଭବ କଲେ ତୁରନ୍ତ କ୍ରିଉ ସଦସ୍ୟଙ୍କୁ ଜଣାଇବାକୁ କୁହାଯାଇଛି।

ସେପଟେ ମହାମାରି ରୂପ ନେଉଛି କରୋନା ଭାଇରସ୍‌ । ଭୟାନକ ଭାବେ ବଢୁଛି ମୃତ ଆଉ ଆକ୍ରାନ୍ତଙ୍କ ସଂଖ୍ୟା। ଭାଇରସ୍‌ ବ୍ୟାପିବା ଭୟରେ ଚୀନ୍‌ର ୧୭ ସହରକୁ ସିଲ୍‌ କରାଯାଇଛି । ଏପଟେ ଭାରତ ବି ଚିନ୍ତାରେ । ୧୨ ଜଣଙ୍କ ଦେହରେ ଚିହ୍ନଟ ହେଲାଣି ଭାଇରସ୍‌ । ଜରୁରୀକାଳୀନ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.