ସର୍ଜରୀର ମାତ୍ର ଚାରି ସପ୍ତାହ ପୂର୍ବରୁ ଛାଡ଼ନ୍ତୁ ଧୁମ୍ରପାନ ମିଳିବ ଭଲ ପରିଣାମ, ଦେଖନ୍ତୁ କଣ କହୁଛି WHOର ରିପୋର୍ଟ

WHOର ଏକ ଷ୍ଟଡି ନିକଟରେ ଏକ ବଡ଼ ଘୋଷଣା କରିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅଷ୍ଟ୍ରେଲିଆ ୟୁନିଭର୍ସିଟି ଅଫ ନ୍ୟୁକେସଲର ଏକ ମିଳିତ ଅଧ୍ୟୟନ ଅନୁସାରେ ଯେଉଁ ଲୋକମାନେ ସର୍ଜରୀର ପାଖାପାଖି ଚାରି ସପ୍ତାହ ପୂର୍ବରୁ ଧୁମ୍ରପାନ ଛାଡ଼ିଥାନ୍ତି । ସେମାନଙ୍କର ଅପରେସନ ସମୟରେ କମ କମ୍ପ୍ଲିକେସନ ସହିତ ବହୁତ ଭଲ ପରିଣାମ ଦେଖିବାକୁ ମିଳିଥାଏ ।

WHO: सर्जरी से कम से कम 4 हफ्ते पहले छोड़ें स्मोकिंग, मिलेंगे बेहतर परिणाम

ତେବେ WHOର ଜଣେ ଗବେଷକଙ୍କ କହିବା ଅନୁଯାୟୀ ମାଇନର ଏବଂ ନନଇମରଜେନ୍ସିରେ ରୋଗୀକୁ ଥରେ ହେଲେ ଧୁମ୍ରପାନ ଛାଡିବାର ମଉକା ଦେବା ଆବଶ୍ୟକ । ଯେଉଁ କାରଣରୁ ଅପରେସନରେ ନା କେବଳ ଭଲ ପରିଣାମ ଆସିବ ବରଂ ରୋଗୀର ଧୁମ୍ରପାନର ଅଭ୍ୟାସ ମଧ୍ୟ ଛାଡି ଯାଇପାରେ । ସୂଚନା ଅନୁଯାୟୀ ସାରା ଦୁନିଆରେ ପ୍ରାୟ ୧.୧ ବିଲିୟନରୁ ବି ଅଧିକ ଲୋକ ଧୁମ୍ରପାନ କରିଥାନ୍ତି । ଯାହା ପରେ କ୍ୟାନ୍ସର, ହାର୍ଟ ରୋଗ ଓ ନିଶ୍ୱାସ ସମ୍ବନ୍ଧୀୟ ରୋଗର କାରଣ ହୋଇଥାଏ । ପ୍ରାୟ ୨୫ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଯେକୌଣସି ପ୍ରକାର ମେଜର ସର୍ଜରୀ କରାଇଥାନ୍ତି । ଧୁମ୍ରପାନ ଦ୍ୱାରା ସର୍ଜିକାଲ ଜଟିଳତାର ବିପଦ ମଧ୍ୟ ବହୁତ ବଢ଼ିଯାଇଥାଏ । ଯେଉଁଥିରେ ସଂକ୍ରମଣ ହେବ ଏବଂ ହୃଦୟ ଓ ଫୁସଫୁସ କାମ କରିବା ବନ୍ଦ କରିଦେଇଥାଏ ।

Image result for smoking

ଗବେଷକଙ୍କ ଅନୁଯାୟୀ ନିକୋଟିନ ଓ କାର୍ବନ ଡାଇଅକ୍ସାଇଡ ଏହି ଦୁଇଟି ଜିନିଷ ସିଗାରେଟରେ ରହିଥାଏ । ଏଥିରେ ଅକ୍ସିଜେନର ସ୍ତର କମ ରହିଥାଏ ଯାହା ଆଗକୁ ଯାଇ ସର୍ଜରୀ ପରେ ରୋଗୀର କମ୍ପ୍ଲିକେସନକୁ ଆହୁରି ବଢ଼ାଇ ଦେଇଥାଏ । ଧୁମ୍ରପାନ ମଣିଷର ଫୁସଫୁସକୁ ସବୁଠାରୁ ଅଧିକ ବିପଦ ପହଂଚାଇଥାଏ । ଯେଉଁଥିରେ ସବୁଠାରୁ ବଡ଼ ବିପଦ ହେଉଛି ଏୟାର ଫ୍ଲୋ ସୀମିତ ହୋଇଯିବା ଓ ଏହି କାରଣରୁ ସର୍ଜରୀ ପରେ ଫୁସଫୁସରେ ବିପଦର କାରଣ ବୃଦ୍ଧି ପାଇଥାଏ । କେବଳ ସେତିକି ନୁହେଁ ଏହାଦ୍ୱାରା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.