ମନ୍ଦିର ଭିତରେ ଜଳଖିଆ ସହ ମଦ ବାଣ୍ଟିଲେ ବିଜେପି ନେତା, ଭାଇରାଲ ହେଲା ଫଟୋ

ହାରଦୋଇ (ଉତ୍ତର ପ୍ରଦେଶ) : ନେତାଙ୍କ ସଭାରେ ଜଳଖିଆ ସହିତ ଫ୍ରି ମିଳିଲା ମଦ । ତାହା ପୁଣି ମନ୍ଦିର ଭିତରେ । ଉତ୍ତର ପ୍ରଦେଶ ହାରଦୋଇ ଅଞ୍ଚଳରେ ଥିବା ଶ୍ରାବଣ ଦେବୀ ମନ୍ଦିରରେ ଏକ ସଭାର ଆୟୋଜନ କରିଥିଲେ ବିଜେପି ନେତା ନରେଶ ଅଗ୍ରଓ୍ଵାଲଙ୍କ ପୁଅ ନିତୀନ । ପାସି ସମ୍ପ୍ରଦାୟର ଲୋକଙ୍କୁ ନେଇ ନିତୀନ ଏକ ସମ୍ମିଳନୀ କରିଥିଲେ । ଏଥିରେ ଉପସ୍ଥିତ ଲୋକମାନଙ୍କୁ ପୁରୀ ଆଦି ଜଳଖିଆ ଦିଆଯାଇଥିଲା । ହେଲେ ସେହି ପ୍ୟାକେଟ୍‌ ଭିତରେ ଜଳଖିଆ ତଳେ ଲୁଚାଇ ଦିଆଯାଇଥିଲା ମଦ ବୋତଲ ।

BOTTLE-2
ଏନେଇ ପରେ ଫଟୋ ଭାଇରାଲ ହୋଇଛି । ମଞ୍ଚ ଉପରୁ ନିତୀନ ଅଗ୍ରଓ୍ଵାଲ ଭାଷଣ ଦେବା ସହିତ କହିଥିଲେ, ଗ୍ରାମର ପ୍ରଧାନ ମୁଖିଆମାନଙ୍କୁ ସବୁ ଜଳଖିଆ ପ୍ୟାକେଟ୍‌ ଦିଆ ସରିଛି । ସେ ଜଣ ଜଣ କରି ସମସ୍ତଙ୍କୁ ବାଣ୍ଟିବେ । ଏହି ପ୍ୟାକେଟ୍‌ ବାଣ୍ଟିବା ବେଳେ ସେଥିରେ ମଦ ବୋତଲ ରହିଥିବା ଦେଖା ଯାଇଥିଲା । ଏମିତିକି ସମ୍ମିଳନୀରେ ଥିବା ପିଲାମାନେ ମଧ୍ୟ ଏଭଳି ପ୍ୟାକେଟ୍‌ ପାଇଥିଲେ ।
ଘଟଣା ଜଣାପଡ଼ିବା ପରେ ଏହାର ପ୍ରବଳ ବିରୋଧ ହୋଇଛି । ହାରଦୋଇର ବିଜେପି ସାଂସଦ ଅନଷୁଳ ବର୍ମା ଘଟଣାର ସମାଲୋଚନା କରି ଦଳୀୟ ନେତାଙ୍କ ପାଖରେ ଏହାକୁ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.