Below header

ନିଜ ବେକରେ ବିଷଧର ସାପ ଗୁଡାଇଥିବା ନଜର ଆସିଲେ ବିହାରର ଏହି ନେତା, ଭାଇରାଲ ହେଉଛି ଭିଡିଓ

କିଛି ଦିନ ହେବ ବିହାରର ବାଗାହ ଠାରେ ଲୋକଜନଶକ୍ତି ପାର୍ଟି ନେତାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ଏଲଜେପି ନେତା ବେଚୁ ତିୱାରୀ ନାଗ – ନାଗୁଣୀଙ୍କ ସହ ଖେଳୁଥିବା ନଜର ଆସିଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ହେଉଛି, ବିଷାକ୍ତ ସାପ ମାନେ ଅତି ନିକଟରେ ଥିଲେ ବି ବେଚୁଙ୍କ ପ୍ରତିକ୍ରିୟା ଖୁବ ସାଧାରଣ ରହିଛି । ଏମିତିକି ତାଙ୍କ ଚେହେରାରେ ଟିକେ ବି ଭୟ ନଜର ଆସୁନି । ପାଖଆଖର ଲୋକେ ବି ବେଚୁଙ୍କ ଏହି ଅନ୍ଦାଜର ଖୁବ ମଜା ଉଠାଉଛନ୍ତି ।

snakes

ଘଟଣାଟି ଘଟିଛି ବିହାର ବଗାହ ଅଂଚଳରେ । ଏହିଠାରେ ଏଲଜେପି ନେତା ବେଚୁ ବିଷାକ୍ତ ସାପ ମାନଙ୍କ ସହ ଖେଳିବା ସହ ସମୟ ସମୟରେ ସେଗୁଡିକୁ ନିଜ ବେକରେ ଗୁଡେଇ ଦେଉଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓ ଟିରେ ଆହୁରି ମଧ୍ୟ ଦେଖାଯାଇଛିଯେ, ସାପ ଗୁଡିକୁ ନିଜ ହାତରେ ଗୁଡାଇଥିବା ବେଳେ ତାଙ୍କ ନିକଟକୁ ଜଣେ ଲୋକ ଆସିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବେଚୁ ତାଙ୍କୁ ନିକଟକୁ ନଆସିବା ପାଇଁ ସତର୍କ କରୁଛନ୍ତି ।

କହି ରଖିବା ଉଚିତ ହେବକି, ବିଷାକ୍ତ ସାପ ସହ ବିଭିନ୍ନ ହରକତ ଦେଖାଉଥିବା ବେଚୁ ବର୍ତ୍ତମାନ ସମୟରେ ବାଗାହ ଜିଲ୍ଲା ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ଏମିତି ହରକତ ବେଚୁ ପ୍ରଥମ ଥର ପାଇଁ କରିନାହାନ୍ତି । ଏବାବଦରେ ସେ କହିଛନ୍ତିଯେ, ବିଭିନ୍ନ ବିଷାକ୍ତ ସାପଙ୍କ ସହ ଖେଳିବା ତାଙ୍କର ଏକ ସଉକ । ଏହି ମାଧ୍ୟମରେ ସେ ଲୋକଙ୍କୁ କହିବାକୁ ଚାହୁଁଛନ୍ତି ଯେ, ଏମାନେ ବିଷଧର ହେଲେ ବି ବିନା କାରଣରେ କାହାକୁ କ୍ଷତି ପହଞ୍ଚାନ୍ତି ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.