ଚୁପଚାପ୍ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କଲେ ଅରବାଜ ଖାନ୍! ମୁହଁ ଖୋଲିଲେ ଜିୟୋର୍ଜିୟା

କରୋନା ଭାଇରସ ଯୋଗୁ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନରେ କେତେକ କପଲ ପୂର୍ବାପେକ୍ଷା ଅଧିକ ନିକଟତର ହୋଇଯାଇଛନ୍ତି। ଏହି ତାଲିକାରେ କେତେକ ବଲିଉଡ ଷ୍ଟାର ମଧ୍ୟ ଅଛନ୍ତି। ତେବେ ବର୍ତ୍ତମାନ ବଲିଉଡ ଅଭିନେତା ଅରବାଜ ଖାନ ନିଜ ଗାର୍ଲଫ୍ରେଣ୍ଡ ଜିୟୋର୍ଜିୟା ଏଣ୍ଡ୍ରିୟାନୀଙ୍କ ସହ ନିଜ କ୍ୱାରେଣ୍ଟାଇନ ସମୟ କାଟୁଛନ୍ତି। ତେବେ ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏହି କପଲ ଚୁପଚାପ ବିବାହ କରିନେଇଛନ୍ତି। ମାତ୍ର ବିବାହକୁ ନେଇ ଜିୟୋର୍ଜିୟା ଏଣ୍ଡ୍ରିୟାନୀ ମୁହଁ ଖୋଲିଛନ୍ତି। ସେ ଏହି ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି।

gorgia2

ସେ କହିଛନ୍ତି ଯେ “ଆମେ ଦୁହେଁ ପୂର୍ବରୁ ହିଁ ଏକାଠି ସମୟ ବିତାଇସାରିଛୁ। ତେଣୁ ଆମକୁ କିଛି ଅଲଗା ଲାଗୁନାହିଁ। ଆମେ ପରସ୍ପରକୁ ଭଲ ଭାବେ ଜାଣିଛୁ।” ବିବାହ ନେଇ ସେ କହିଛନ୍ତି ଯେ ଯେତେବେଳେ ବିବାହ କରିବୁ ସମସ୍ତଙ୍କୁ ଜଣାଇବୁ। ଲୋକ ଯାହା ଭାବୁଛନ୍ତି ଭାବନ୍ତୁ। ମୋତେ କିଛି ଫରକ ପଡୁନି ବୋଲି ସେ କହିଛନ୍ତି।

Arbaaz Khan admits that he's dating, says he doesn't want to rush ...

ସୂଚନାଯୋଗ୍ୟ ଯେ, ଅରବାଜ ଖାନ ଓ ଜିୟୋର୍ଜିୟା ପ୍ରାୟ ୨ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ଥର ଏକାଠି ବାହାରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଣୁ ଉଭୟେ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.