Below header

୨୭ ବର୍ଷ ତଳେ “ଶ୍ରୀକୃଷ୍ଣ”ରେ ରାଧା ବନିଥିଲେ ଏହି ଅଭିନେତ୍ରୀ, ଦେଖନ୍ତୁ ଏବେ କେମିତି ଦିଶୁଛନ୍ତି

କରୋନା ଭାଇରସ ଯୋଗୁ ଏବେ ସାରା ଦେଶରେ ଲକଡାଉନ୍ ମାହୋଲ ଲାଗିରହିଛି। ଏଭଳି ସ୍ଥିତିରେ ଲୋକମାନେ ୨୪ ଘଣ୍ଟା ଘରେ ବିତାଉଛନ୍ତି। ଏଣୁ ଏବେ ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ରାମାୟଣ, ମହାଭାରତ, ଶକ୍ତିମାନ ଭଳି ପୁରୁଣା ସିରିୟଲ ପ୍ରସାରିତ ହେଉଛି। ରାମାୟଣ ପ୍ରସାରଣ ପରେ ଏବେ ରାତି ୯ଟାରେ ଦୂରଦର୍ଶନରେ ଶ୍ରୀକୃଷ୍ଣ ସିରିୟଲ ପ୍ରସାରିତ ହେଉଛି।

ତେବେ ମଜକଥା ହେଉଛି ଟିଭିରେ ପୁରୁଣା ଧାରାବାହିକ ପ୍ରସାରିତ ହେବା ପରେ ସେଥିରେ ଅଭିନୟ କରିଥିବା ଷ୍ଟାରମାନେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଆଜି ଆସନ୍ତୁ ଜାଣିବା ଶ୍ରୀକୃଷ୍ଣ ସିରିୟଲରେ ରାଧା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରେଶମା ମୋଦିଙ୍କ ବିଷୟରେ…

ରାଧା ଭୂମିକାରେ ଅଭିନୟ କରିଥିବା ରେଶମା ନିଜ ଦମଦାର ଅଭିନୟ ପାଇଁ ନବେ ଦଶକରେ ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ। ଶ୍ରୀକୃଷ୍ଣ ସିରିୟଲ ବ୍ୟତୀତ ସେ କେତେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଇରଫାନ ଖାଁଙ୍କ ଫିଲ୍ମ “ସାଢ଼େ ସାତ ଫେରେ”ରେ ମଧ୍ୟ ଅଭିନୟ କରିଛନ୍ତି। ଏଥିସହ ସେ ଫାନ୍ସ- ଏକ ଜାସୁସ କି କାହାନୀ, ମିଲତା ହେ ଚାନ୍ସ ବାଇ ଚାନ୍ସ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.