Below header

ସାହିତ୍ୟରେ ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌

ଷ୍ଟକହାମ୍‌ : ୨୦୨୦ ମସିହା ପାଇଁ ଆମେରିକୀୟ କବି ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌ ପୁରସ୍କାର ଦେବା ପାଇଁ ମନୋନୀତ କରାଯାଇଛି । ସ୍ୱିଡିସ୍‌ ଏକାଡେମୀ ଆମେରିକୀୟ କବି ଲୁଇସ୍‌ ଗ୍ଲୁକ୍‌ଙ୍କୁ ‘ଅନ୍‌ମିଷ୍ଟେକେବ୍ଲ ପ୍ୟୋଟିକ ଭଏସ’ ଭାବେ ଅଭିହିତ କରି ଏହି ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା କରିଛି ।

ଦୀର୍ଘ ୨୭ ବର୍ଷ ପରେ ସାହିତ୍ୟ ପାଇଁ ପ୍ରଥମ ଆମେରିକୀୟ ମହିଳା ଭାବେ ଗ୍ଲୁକ ମନୋନୀତ ହୋଇଛନ୍ତି । ଏଥିପୂର୍ବରୁ ୧୯୯୩ ମସିହାରେ ଆମେରିକାର ଟୋନି ମରିସନ୍‌ ନୋନୋବେଲ୍‌ ପାଇଁ ମନୋନୀତ ହୋଇଥିଲେ ।

ନୋବେଲ୍‌ ପାଇବାରେ ଗ୍ଲୁକ୍‌ ହେଉଛନ୍ତି ୧୬ ତମ ମହିଳା । ଚଳିତ ବର୍ଷ ନୋବେଲ୍‌ ପୁରସ୍କାର ମୂଲ୍ୟ ରହିଛି ୧୦ ମିଲିୟନ୍‌ ସ୍ୱିଡେନ ମୁଦ୍ରା(୮ ଲକ୍ଷ ୭୦ ହଜାର ପାଉଣ୍ଡ) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.