ପ୍ରେମରେ ଏମିତି ପାଗଳ ହେଲେ ପ୍ରେମିକ, ମୃତ୍ୟୁ ପରେ ପ୍ରେମିକା ପାଇଁ ରଖିଥିଲେ ଏହି ଉପହାର

ଚେନ୍ନାଇର ଜଣେ ଯୁବକ ମୃତ୍ୟୁ ପୂର୍ବରୁ କରିଥିବା ଅଜବ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବକ ନିଜ ହାତ କାଟିବା ସହ ରକ୍ତକୁ ଏକ ମଦ ବୋତଲରେ ଭର୍ତ୍ତି କରିଥିଲେ । ଏହାକୁ ପରେ ସେ ନିଜ ପ୍ରେମିକାକୁ ଶେଷ ଉପହାର ଆକାରରେ ଦେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକଙ୍କ ନାଁ କୁମାରସା ପାଣ୍ଡିୟାନ୍ ବୋଲି ଜଣା ପଡ଼ିଥିବା ବେଳେ ସେ ବଢ଼େଇ କାମ କରୁଥିଲେ ବୋଲି ଜଣାପଡ଼ିଛି । ପ୍ରେମିକା ଜଣକ ତାଙ୍କ ସହ କଥା ହେବା ବନ୍ଦ କରି ଦେବାରୁ କୁମାରସା ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ମିଳିଛି । ଶଙ୍କର ନଗର ପୋଲିସ୍ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

କୁମାରସାଙ୍କ ବନ୍ଧୁ ମୁଥୁଙ୍କ କହିବା ଅନୁଯାୟୀ, କିଛି ବର୍ଷ ଉଭୟ ସଂପର୍କରେ ରହିବା ପରେ ହଠାତ୍ ତାଙ୍କ ପ୍ରେମିକା ସବୁ ସଂପର୍କକୁ ଭାଙ୍ଗି ଦେବାରୁ କୁମାରସାଙ୍କ ପାଇଁ ଏହା ଅବିଶ୍ୱସନୀୟ ଥିଲା । ସୋସିଆଲ ମିଡିଆରୁ ବ୍ଲକ୍ କରିବା ସହ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ କୁମାରେସାଙ୍କ ପ୍ରେମିକା । ଯାହାଦ୍ୱାରା ସେ ଧିରେ ଧିରେ ଉଦାସ ହେବାକୁ ଲାଗିଥିଲେ ।

ଏହାସହ ପଢନ୍ତୁ: ଲାଞ୍ଚ ନଦେବାରୁ ଠିକାଦାରଙ୍କୁ ଜୀବନ୍ତ ପୋଡି ହତ୍ୟା କଲେ ଦୁର୍ବୃତ୍ତ, ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା

ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ କୁମାରସା ମୁଥୁଙ୍କୁ ମଦ ପିଇବାକୁ ଡ଼ାକିବା ସହ ମଦ ବୋତଲ ଭାଙ୍ଗି ନିଜ ହାତ କାଟି ଦେଇଥିଲେ । ଏପରି କରିବାକୁ ତାଙ୍କ ସାଙ୍ଗ ମୁଥୁ ରୋକିବାରୁ କୁମାରେସା ଭଙ୍ଗା ମଦ ବୋତଲ ଦେଖାଇ ତାଙ୍କୁ ଡ଼ରାଇଥିଲେ । ଏହା ସହ ବାହାରୁଥିବା ରକ୍ତକୁ ମଦ ବୋତଲରେ ରଖି ମୁଁ ଯିବା ପରେ ମୋ ପ୍ରେମିକାକୁ ଶେଷ ଉପହାର ଦେଇଦେବ ବୋଲି ମୁଥୁଙ୍କୁ କହିଥିଲେ କୁମାରସା । ଅଚେତ ହେବା ପରେ ମୁଥୁ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ କୁମାରସା ଡାକ୍ତରଙ୍କୁ ଚିକିତ୍ସା କରାଇବାକୁ ଦେଇ ନଥିଲେ। ଫଳରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.