Below header

କାନ୍ଧରେ ସ୍କୁଲ ବ୍ୟାଗ୍‌, ବସରୁ ଓହ୍ଲାଇ ଛାତ୍ର ଛାତ୍ରୀ କଲେ ଏମିତି ଷ୍ଟଣ୍ଟ ଯେ ଲୋକେ କହିଲେ ଅଲମ୍ପିକ ପଠାଅ

ଗତ କିଛିଦିନରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସ୍କୁଲ ପୋଷାକରେ ଦୁଇ ଜଣ ଛାତ୍ର ସ୍କୁଲ ବସରୁ ଓହ୍ଲାଇ ନିଜ ଟ୍ୟାଲେଣ୍ଟ ଦେଖାଇଛନ୍ତି। ଭିଡିଓରେ ପ୍ରଥମେ ଛାତ୍ର ସମରସଲ୍ଟ କରୁଛନ୍ତି, ଏହାପରେ ଛାତ୍ରୀ ଜଣଙ୍କ ମଧ୍ୟ ଏଭଳି କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓରେ ଆପଣ ଦେୁ ପାରୁଥିବେ ଦୁଇଜଣ ପିଲା ଏହି ଭିଡିଓରେ ଜିମ୍ନାଷ୍ଟିକ ସ୍କିଲ ଦେଖାଉଛନ୍ତି। ଏହି ଦୁଇ ଜଣଙ୍କୁ ଦେଖି ଏମିତି ଲାଗୁଛି ଯେ ଦୁହିଁଙ୍କ ଗୋଡରେ ସ୍ପ୍ରିଙ୍ଗ୍‌ ଲଗାହୋଇଛି।

ଲୋକଙ୍କୁ ବିଶ୍ୱାସ ହେଉ ନାହିଁ କି ଭାରୀ ସ୍କୁଲ ବ୍ୟାଗ୍ କାନ୍ଧରେ ଥିବା ସତ୍ତ୍ୱେ କିଭଳି ଏମିତି କରି ପାରୁଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ଛାଇ ଯାଇଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାର ଏହି ଛାତ୍ରୀଙ୍କୁ ସୁବିଧା ଦେଇ ମାଗଣା ଟ୍ରେନିଂ ଦେବା ଉଚିତ। ଏମାନଙ୍କୁ ଅଲମ୍ପିକରେ ପଠାଇବା ପାଇଁ ଅନୁରୋଧ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.