Below header

ନବରଙ୍ଗପୁର: ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ, ୫ କ୍ୱିଣ୍ଟାଲ ଭାଙ୍ଗ ସହିତ ପ୍ୟାକିଂ ମେସିନ୍ ଜବତ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ସହର ଇଚ୍ଛାବତୀଗୁଡ଼ାରେ ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ । ୫ କ୍ୱିଣ୍ଟାଲ ଭାଙ୍ଗ ସମେତ ପ୍ୟାକିଂ ମେସିନ, ଜରି ଓ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି । ଏକ ଭଡ଼ା ଘରେ ଚାଲିଥିଲା ଏହି ନକଲି ଗୁଟଖା କାରଖାନା । କାରଖାନା ଚଳାଉଥିବା ଜୁନାଗଡ଼ର ଟିଙ୍କୁ ମିଶ୍ରକୁ ପୋଲିସ ଅଟକ ରଖିଛି । ମୁଖ୍ୟ ସହଯୋଗୀ ନବରଙ୍ଗପୁରର ପିଙ୍କୁ ସାହୁ ଫେରାର୍‌ ହୋଇଯାଇଛି । ନବରଙ୍ଗପୁର ଥାନା ଆଇଆଇସି ତାରିକ୍‌ ଅହମ୍ମଦଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ, ଏସ୍‌ଆଇ ଏହି ଚଢ଼ାଉ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.