Below header

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ, ଅଶାଳୀନ ପ୍ରଶ୍ନ ପଚାରିବା ଅଭିଯୋଗ କରି ବୈଠକରୁ ବାହାରି ଆସିଲେ ମହୁଆ

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦୀୟ ଏଥିକ୍ସ କମିଟିରେ ହାଜର ହେଲେ ଟିଏମସି ସାଂସଦ ମହୁଆ ମଇତ୍ର। କିନ୍ତୁ ଏଥିକ୍ସ କମିଟି ବୈଠକରେ ମହୁଆଙ୍କୁ ବ୍ୟକ୍ତିଗତ ଓ ଅଶାଳୀନ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି।

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦୀୟ ଏଥିକ୍ସ କମିଟିରେ ହାଜର ହେଲେ ଟିଏମସି ସାଂସଦ ମହୁଆ ମଇତ୍ର। କିନ୍ତୁ ଏଥିକ୍ସ କମିଟି ବୈଠକରେ ମହୁଆଙ୍କୁ ବ୍ୟକ୍ତିଗତ ଓ ଅଶାଳୀନ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ମହୁଆ ମଇତ୍ର, ବିଏସପି ସାଂସଦ ଦାନିଶ ଅଲ୍ଲୀ ଓ ବିରୋଧୀ ଦଳର ଅନ୍ୟ ସାଂସଦମାନେ ବୈଠକରୁ ଉଠି ଆସିଛନ୍ତି।

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଏଥିକ୍ସ କମିଟିରେ ହାଜର ହେବାକୁ ମହୁଆଙ୍କୁ ସମନ ଜାରି କରାଯାଇଥିଲା। ମହୁଆଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିବାର ଅଧିକାର ଏଥିକ୍ସ କମିଟିର ନାହିଁ ବୋଲି କହିଛନ୍ତି ଜେଡିୟୁ ସାଂସଦ ଗିରିଧାରୀ ଯାଦବ। ସେପଟେ ବୈଠକରେ ମହୁଆଙ୍କ ବ୍ୟବହାରକୁ ନିନ୍ଦନୀୟ କହିଛନ୍ତି କମିଟି ସଦସ୍ୟ।

ପଚରା ଯାଇଥିବା ପ୍ରଶ୍ନର ଉତ୍ତର ନଦେଇ ମହୁଆ ରାଗିଯାଇ ଏଥିକ୍ସ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପ୍ରତି ଅସଂସଦୀୟ ଭାଷା ପ୍ରୟୋଗ କରିଥିଲେ। ଏହି ଘଟଣାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନକର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.