ଆସନ୍ତା ଫେବ୍ରୁୟାରୀ ୧୧ରେ ହେବ ପାକିସ୍ତାନରେ ନିର୍ବାଚନ, ନିର୍ବାଚନ କମିଶନଙ୍କ ଘୋଷଣା

କେବେ ହେବ ପାକିସ୍ତାନ ନିର୍ବାଚନ ? ଶେଷରେ ଏହି ପ୍ରଶ୍ନର ଉତ୍ତର ମିଳିଛି। ଘୋର ରାଜନୈତିକ ଓ ଆର୍ଥିକ ସଙ୍କଟରେ ଘାରି ହେଉଥିବା ପାକିସ୍ତାନରେ ଫେବୃଆରୀ ୧୧, ୨୦୨୪ରେ ନିର୍ବାଚନ ହେବ। ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ନଭେମ୍ବର ୩୦ ତାରିଖରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ସରିବା ପରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ନିର୍ବାଚନ କମିଶନଙ୍କ ଓକିଲ ପାକ୍ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠକୁ ଅବଗତ କରାଇଛନ୍ତି। ଜାତୀୟ ସଂସଦ ଭଙ୍ଗ ହେବାର ୯୦ ଦିନ ଅବଧି ମଧ୍ୟରେ ପାକିସ୍ତାନରେ ନିର୍ବାଚନ କରାଇବାକୁ ନିୟମ ରହିଛି। ନଭେମ୍ବର ୭ ତାରିଖରେ ସେହି ସମୟସୀମା ଶେଷ ହୋଇଥିଲା। ହେଲେ ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଥିବା ଜନଗଣନା ଅନୁଯାୟୀ ସୀମା ନିର୍ଦ୍ଧାରଣ ଶେଷ ହୋଇ ନଥିବାରୁ ନିର୍ବାଚନ କରାଇବା କମିଶନ ପ୍ରସ୍ତୁତ ନଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.