Below header

୯ ମାସର ବାଛୁରୀ ବି ବାଦ୍‌ ପଡ଼ିଲାନି ଯୌନ ପିପାସୁଙ୍କ ନଜରରୁ, ଖିନଭିନ୍‌ କରି ପକାଇଲେ କଅଁଳ ଜୀବକୁ

ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ଚିନ୍ତାଧାରା ସେତିକି ସେତିକି ତଳକୁ ଯାଉଛି। ଏହାର ସଦ୍ୟତମ ନମୁନା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଏଠାରେ ଏକ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି, ଯାହା ଶୁଣିବା ପରେ ଆପଣଙ୍କ ହୃଦୟ ଥରି ଉଠିବ। ହାଇଦ୍ରାବାଦର ଜଣେ ୩୦ ବର୍ଷୀୟ ଯୁବକ ଏକ ୯ ମାସର ବାଛୁରୀକୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଅଭିଯୁକ୍ତ ବିପକ୍ଷରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ମହେଶ ବୋଲି ଜଣାପଡ଼ିଛି।

calf2

ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୁଁ ମହେଶକୁ ଏହି ଅପରାଧ କରୁଥିବା ବେଳେ ଧରିଥିଲି ଓ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେଇଥିଲି। ଏଥିଓହ ମୁଁ ପିପୁଲ୍ସ ଫର ଆନିମଲ (ପିଏଫ୍‌ଏ), ଗ୍ରେଟର ହାଇଦ୍ରାବାଦ ସୋସାଇଟ୍‌ ଫର ଦ ପ୍ରିଭେନ୍ସନ୍‌ ଅଫ୍‌ କ୍ରୁଏଲ୍ଟି ଟୁ ଆନିମଲ (ଜିଏଚ୍‌ଏସ୍‌ପିସିଏ)କୁ ମଧ୍ୟ ସୂଚନା ଦେଇଥିଲି। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଗୁହାଳରେ ଏଭଳି ଘଟଣା ଘଟିଛି’, ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

arrested

ନାରାୟଣଗୁଦା ପୋଲିସ ଅଭିଯୁକ୍ତ ମହେଶ ବିରୋଧରେ ଆଇପିସିର ଧାରା ୩୭୭ (ଅପ୍ରାକୃତିକ ଦୂରାଚାର)ର ମାମଲା ରୁଜୁ କରି ଗିରଫ କରିନେଇଛି। ଥାନାର ସବ୍‌ ଇନ୍‌ସପେକ୍ଟର କହିଛନ୍ତି ଯେ ଆମେ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛୁ। ଏଥିସହ ଗୁହାଳର ମାଲିକଙ୍କ ସହ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛୁ। ତେବେ ମେଡିକାଲ ରିପୋର୍ଟ ଆସିବା ପରେ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.