କମିସନରେଟ୍‌ ପୋଲିସ ଜାରି କଲା କରୋନା ଗାଇଡଲାଇନ୍ସ, ଜାଣନ୍ତୁ କଣ

ଭୁବନେଶ୍ୱର : କରୋନା ନେଇ ଟୁଇନ ସିଟିର ସବୁ ସଭା ସମିତି ରଦ୍ଦ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବି ଧାରଣାରେ ବସି ପାରିବେନି ଲୋକେ । ଏହା କହିଛନ୍ତି ପୋଲିସ କମିଶନର । ସେହିପରି ବିବାହ ମଣ୍ଡପ ଗୁଡିକର ଲାଇସେନ୍‌ସ ରଦ୍ଦ କରାଯାଇଛି । ସପିଂ ମଲ ଓ ମାର୍କେଟ ଗୁଡିକୁ ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ ଅନୁସାରେ ପଦକ୍ଷେପ ନିଆଯିବ । ବିବାହ ଶୋଭାଯାତ୍ରା ପାଇଁ ଦିଆଯାଇଥିବା ପରମିଶନ ରଦ୍ଦ କରାଯାଇଛି । ପିସିଆରଗୁଡ଼ିକୁ ସିନେମା ହଲ୍‌ ଓ ସୁଇମିଂ ପୁଲ ବନ୍ଦ କରିବାକୁ ପଠାଯାଇଛି । ଯେଉଁ ପୋଲିସ କର୍ମଚାରୀଙ୍କ ଦେହ ଖରାପ ହେବ ସେମାନଙ୍କୁ ତୁରନ୍ତ ଛୁଟି ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.