Below header

ସ୍ତ୍ରୀ ସହ ଛାଡ଼ପତ୍ର ମାମଲା ନେଇ କୋର୍ଟ ଯାଇଥିଲେ ବ୍ୟକ୍ତି, ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଭାଙ୍ଗିଦେଲେ ବିଚାରପତିଙ୍କ କାର୍‌

କେରଳର ଥିରୁଭଲାରେ ଜଣେ ବ୍ୟକ୍ତି ବିଚାରପତିଙ୍କ କାର୍‌ ବାଡ଼େଇ ଭାଙ୍ଗି ଦେଇଛନ୍ତି। ବ୍ୟକ୍ତି ଜଣକ ନିଜର ବୈବାହିକ ବିବାଦକୁ ନେଇ ସ୍ତ୍ରୀଙ୍କ ସହ ଫ୍ୟାମିଲି କୋର୍ଟ ଯାଇଥିଲେ।

କେରଳର ଥିରୁଭଲାରେ ଜଣେ ବ୍ୟକ୍ତି ବିଚାରପତିଙ୍କ କାର୍‌ ବାଡ଼େଇ ଭାଙ୍ଗି ଦେଇଛନ୍ତି। ବ୍ୟକ୍ତି ଜଣକ ନିଜର ବୈବାହିକ ବିବାଦକୁ ନେଇ ପତ୍ନୀଙ୍କ ସହ ଫ୍ୟାମିଲି କୋର୍ଟ ଯାଇଥିଲେ। ଯେତେବେଳେ ବିଚାରପତି ନିଜର ରାୟ ଶୁଣାଇଥିଲେ, ସେତେବେଳେ ବ୍ୟକ୍ତି ଜଣକ ରାଗି ଯାଇଥିଲେ ଏବଂ ବିଚାରପତିଙ୍କ କାର୍‌କୁ ବାଡ଼େଇ ବାଡ଼େଇ ଭାଙ୍ଗି ଦେଇଥିଲେ।

ପୋଲିସ କହିଛି ଯେ କୋର୍ଟରେ ବିଚାରପତି ରାୟ ଶୁଣାଉଥିବା ବେଳେ ୫୫ ବର୍ଷୀୟ ବ୍ୟକ୍ତି ହଠାତ୍‌ ରାଗି ଯାଇଥିଲେ। କୋର୍ଟରୁ ବାହାରିବା ପରେ ସେ ଥିରୁଭଲା କୋର୍ଟ ପରିସର ଭିତରେ ପାର୍କିଂ ହୋଇଥିବା ବିଚାରପତିଙ୍କ କାର୍‌ ଉପରେ ନିଜର ରାଗ ସୁଝାଇଥିଲେ।

ସୂଚନା ଅନୁସାରେ, ବ୍ୟକ୍ତି କାର୍‌ର ସମସ୍ତ କାଚ ଭାଙ୍ଗି ଦେଇଥିଲେ ଏବଂ ପୂରା ବଡ଼ି ସ୍କ୍ରାଚ୍ କରି ଦାଗ କରିଦେଇଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଡରାଇବା, ଧମକାଇବା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବ୍ୟକ୍ତି ଜଣକ ଦାବି କରୁଛନ୍ତି ଯେ ସେ କୋର୍ଟରୁ ଉପଯୁକ୍ତ ନ୍ୟାୟ ପାଇନାହାନ୍ତି। ତାଙ୍କ ପତ୍ନୀ କୋର୍ଟରେ ଛାଡପତ୍ର ଆବେଦନ ଦାଖଲ କରିଛନ୍ତି। ବ୍ୟକ୍ତିଙ୍କ ଅଭିଯୋଗ ହେଲା, ତାଙ୍କ ପତ୍ନୀଙ୍କ ଓକିଲ ଓ ବିଚାରପତି ତାଙ୍କ ବିରୋଧରେ ମିଶି କାମ କରୁଛନ୍ତି ଏବଂ ତାଙ୍କ ପକ୍ଷ ଠିକ୍ ଭାବରେ ଶୁଣାଯାଉ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.