୫.୭ କୋଟି ଟଙ୍କାର ଘଣ୍ଟାକୁ ବେକରେ ପିନ୍ଧିଲେ ପ୍ରସିଦ୍ଧ ଗାୟିକା ରିହାନା, ଭାଇରାଲ ହେଉଛି ଫଟୋ

ସୁନ୍ଦର ଡିଜାଇନରେ ପ୍ରସ୍ତୁତ ହୋଇଥିବା ଏହି ଘଣ୍ଟା ଜାକୋବ ଆଣ୍ଡ କୋ କମ୍ପାନୀର ବୋଲି ସୂଚନା ମିଳିଛି । ୩୬୮ଟି ହୀରାରେ ଏହି ଘଣ୍ଟାଟି ପ୍ରସ୍ତୁତ କରାଯାଇଛି । ଡାଇମଣ୍ଡ ନେକଲେସ ଭାବେ ରିହାନା ଏହାକୁ ଲୁକ୍‌ ଦେଇଥିଲେ । ତେବେ ଜଣେ ସେଲିବ୍ରିଟି ପ୍ରଥମ ଥର ପାଇଁ ଘଣ୍ଟାକୁ ବେକରେ ପିନ୍ଧିଥିବାର ନଜର ଆସିଥିଲେ ।

ହଲିଉଡ ପପଷ୍ଟାର ଏବଂ ପ୍ରସିଦ୍ଧ ଗାୟିକା ରିହାନା ନିଜ ବ୍ୟକ୍ତିଗତ ଜୀବନଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ସୁନ୍ଦର ଗୀତ ପାଇଁ ସେ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି । ନିକଟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ଫଟୋରେ ସେ ଏକ ଡାଇମଣ୍ଡର ଘଣ୍ଟା ନିଜ ବେକରେ ପିନ୍ଧିଥିବାର ଦେଖାଯାଇଛି । ତାଙ୍କର ଏହି ଆକର୍ଷଣୀୟ ଫଟୋ ପାଇଁ ଫ୍ୟାସନ ଦୁନିଆରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ପ୍ୟାରିସରେ ହୋଇଥିବା ଫ୍ୟାସନ ସୋ’ ରେ ସେ ଯୋଗ ଦେଇଥିଲେ, ଯେଉଁଥିରେ ସେ ଏହି ଡାଇମଣ୍ଡ ଓ୍ଵାଚ୍‌କୁ ବେକରେ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହି ଘଣ୍ଟାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ଆକାରରେ ଛୋଟ ଦେଖାଯାଉଥିବା ଏହି ଘଣ୍ଟାର ମୂଲ୍ୟ ୫.୭ କୋଟି ଟଙ୍କା ।

ସୁନ୍ଦର ଡିଜାଇନରେ ପ୍ରସ୍ତୁତ ହୋଇଥିବା ଏହି ଘଣ୍ଟା ଜାକୋବ ଆଣ୍ଡ କୋ କମ୍ପାନୀର ବୋଲି ସୂଚନା ମିଳିଛି । ୩୬୮ଟି ହୀରାରେ ଏହି ଘଣ୍ଟା ପ୍ରସ୍ତୁତ କରାଯାଇଛି । ରିହାନା ଏହାକୁ ଡାଇମଣ୍ଡ ନେକଲେସର ଲୁକ୍‌ ଦେଇଥିଲେ । ତେବେ ଜଣେ ସେଲିବ୍ରିଟି ପ୍ରଥମ ଥର ପାଇଁ ଘଣ୍ଟାକୁ ବେକରେ ପିନ୍ଧିଥିବାର ନଜର ଆସିଥିଲେ । ଘଣ୍ଟାକୁ ବେକରେ ପିନ୍ଧିଥିବା ବେଳେ ରିହାନା ଯେଉଁ ସେଲଫି ନେଇଥିଲେ ତାହା ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

ଅନ୍ୟପଟେ ରିହାନା ଗର୍ଭବତୀ ଥିବାର ମଧ୍ୟ ନଜର ଆସିଛନ୍ତି । ଏହି ଫ୍ୟାସନ ସୋ’ ରେ ସେ ନିଜ ବେବି ବମ୍ପ ଦେଖାଇଥିଲେ ଯେଉଁଥିରେ ଚେକଡ୍‌ କ୍ରପ ଡେନିମ୍‌ ସାର୍ଟ ଏବଂ ଜିନ୍ସ ସହ ଏକ ଓଭର ସାଇଜ୍‌ ଜ୍ୟାକେଟ ପିନ୍ଧିଥିବାର ଦେଖାଯାଇଥିଲା । ରିହାନା ଡାଇମଣ୍ଡ ନେକଲେସ୍‌ରେ ଖୁବ ସୁନ୍ଦର ଦେଖାଯାଉଥିଲେ ଯାହା ତାଙ୍କ ଲୁକ୍‌କୁ ଅଧିକ ସୁନ୍ଦର କରିଥିଲା । ପ୍ରସିଦ୍ଧ ଗାୟିକା ରିହାନା ନିଜ ଗୀତ ପାଇଁ ଅନେକ ପୁରସ୍କାର ଜିତିଛନ୍ତି । ଖୁବଶୀଘ୍ର ସେ ଏକ ସନ୍ତାନର ମା’ ହେବେ । ଫ୍ୟାନ୍ସମାନେ ରିହାନାଙ୍କ ଲୁକ୍‌କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.