ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରାର ପରଦିନ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା, ଠାକୁରଙ୍କୁ ଲାଗିହୁଏ ଖଜାଭୋଗ  

୨୦୦ ବର୍ଷ ଧରି ନିଆରା ଭାବେ ଅନୁଷ୍ଠିତ ହୋଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଦିନକ ପରେ ଏଠାରେ ହୋଇଥାଏ ଶ୍ରୀ ଗୁଣ୍ଡିଚା ଯାତ୍ରା । ଶ୍ରୀକ୍ଷେତ୍ର ପରେ ଏହା ସର୍ବପୁରାତନ ରଥଯାତ୍ରା । ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।  

କାକଟପୁର(କେନ୍ୟୁଜ୍): ୨୦୦ ବର୍ଷ ଧରି ନିଆରା ଭାବେ ଅନୁଷ୍ଠିତ ହୋଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀ ମନ୍ଦିରର ରଥଯାତ୍ରା ଅନୁଷ୍ଠିତ ହେବାର ଗୋଟିଏ ଦିନପରେ ଏଠାରେ ହୋଇଥାଏ ଶ୍ରୀ ଗୁଣ୍ଡିଚା ଯାତ୍ରା । ଏପରି ନିଆରା ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ବନ୍ତିଳୋ ଗାଁରେ । ଶ୍ରୀକ୍ଷେତ୍ର ପରେ ଏହା ସର୍ବପୁରାତନ ରଥଯାତ୍ରା । ଏହି ରଥଯାତ୍ରା ଦେଖିବା ପାଇଁ ଅସ୍ତରଙ୍ଗ, କାକଟପୁର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ରଥରେ ବିଜେ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଭକ୍ତ ଓ ଶ୍ରଦ୍ଧାଳୁ ଭକ୍ତିର ସହ ଟାଣିଥାନ୍ତି ରଥ । ଏହି ସମୟରେ ରଥ ଆଗରେ ବିଭିନ୍ନ ବାଦ୍ୟ ବଜାଇ ନୃତ୍ୟ ପରିବେଷଣ କରିଥାନ୍ତି କଳାକାର । ଗୁଣ୍ଡିଚା ମନ୍ଦିରରେ ରଥ ପହଁଞ୍ଚିବା ପରେ ସେଠାରେ ରଥ ଉପରେ ଖଜାଭୋଗ ଲାଗି ହୋଇଥାଏ ।

ରଥଯାତ୍ରା ଅବସରରେ ମୀନାବଜାର ପଡ଼ିବା ସହ ଭଳିକି ଭଳି ଦୋକାନର ପସରା ମେଳିଥାଏ । ଘର କରଣା ସାମଗ୍ରୀ ମିଳିବା ସହ ଖାଦ୍ୟପେୟର ଆସର ଜମିଥାଏ । ଏହାସହ ଏହି ଯାତ୍ରାରେ ଶୁଖୁଆ ବିକ୍ରି କରୁଥିବାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥାଏ । ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳି ନଥାଏ । ଏଠାକୁ ଯାତ୍ରା ଦେଖି ଆସୁଥିବା ଶ୍ରଦ୍ଧାଳୁ ଘରକୁ ଶୁଖୁଆ କିଣି ନେଇଥାନ୍ତି । ବର୍ଷ ବର୍ଷ ଧରି ଏପରି ଚଳି ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.