Below header

ଦୈନିକ କିଲୋ କିଲୋ ଇଟା,ମାଟି ଏବଂ କାଦୁଅ ଖାଉଛନ୍ତି ଏହି ବ୍ଯକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କର୍ଣ୍ଣାଟକ : ଦୁନିଆରେ ଭିନ୍ନଭିନ୍ନ ପ୍ରକାରର ଲୋକ ରହିବା ସହ ସମସ୍ତଙ୍କର ଖାଦ୍ଯପେୟ, ବେଶଭୁଷା ଏବଂ ଚାଲିଚଳଣ ଅଲଗା ରହିଥାଏ। ତେବେ ଆପଣ କୌଣସି ବ୍ଯକ୍ତିଙ୍କୁ ମାଟି, କାହୁଅ ଏବଂ ଇଟା ଖାଇବା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ , କର୍ଣ୍ଣାଟକ ରାଜ୍ଯର ଛୋଟ ଗାଁରେ ରହୁଥିବା ପକ୍କିରପ୍ପା ହୁନାଗୁଡ଼ି ନାମକ ଜଣେ ବ୍ଯକ୍ତି ପ୍ରତିଦିନ ପାଖାପାଖି ୩ କିଲୋ ମାଟି, ଇଟା ଖାଇଯାଇଥାନ୍ତି।

soil

୩୦ବର୍ଷର ହୁନାଗୁଡ଼ି ସର୍ବପ୍ରଥମେ ୧୦ବର୍ଷ ବୟସରେ ମାଟିର ସ୍ବାଦ ଚାଖିଥିଲେ। ଏହାପରେ ଗାଁର ଘର କାନ୍ଥ ତାଙ୍କର ଜଳଖିଆ ହୋଇଯାଇଥିଲା। ତାଙ୍କ ହିସାବରେ ଏହା ଖାଇବା ଦ୍ବାରା ତାଙ୍କୁ କୌଣସି ପ୍ରକାରର ରୋଗ ହୋଇନଥାଏ। ମାଟି ଖାଇବାର ଏହି ରୋଗକୁ ‘ପିକା’ କୁହାଯାଇଥାଏ। ଯେତେ ବୁଝାଇବା ପରେ ମଧ୍ୟ ହୁନାଗୁଡ଼ି ଏହି ଅଭ୍ଯାସକୁ ଛାଡ଼ିବାକୁ ନାରାଜ୍।

ନିଶ୍ଚିତ ପଢ଼ନ୍ତୁ:ବିରିୟାନୀରୁ ବାହାରିଲା ପୋକ, ହୋଟେଲକୁ ଜୋରିମାନା

ହୁନାଗୁଡ଼ିଙ୍କ କହିବା ଅନୁଯାୟୀ, ସେ ଦୀର୍ଘ ୨୦ ବର୍ଷ ହେଲା ମାଟି ,ଇଟା ଏବଂ କାଦୁଅ ଖାଇଆସୁଛନ୍ତି। ତାଙ୍କୁ ଆଉ କିଛି ଖାଇବା ପସନ୍ଦ ନୁହଁ।“ ମୁଁ ଭାତ, ଡ଼ାଲି ଖାଇବା ଛାଡ଼ି ପାରିବି କିନ୍ତୁ ମାଟି ଖାଇବା ନୁହଁ।ସେ କଠିନ ଏବଂ ଟାଣ ମାଟି ଏବଂ ପଥର ଗୁଡ଼ିକକୁ ମଧ୍ୟ ବହୁ ସହଜରେ ଖାଉଛନ୍ତି”। ତାଙ୍କ ଦାନ୍ତ ଏବେ ମଧ୍ୟ ପୂର୍ବ ଭଳି ଶକ୍ତ ରହିଛି। ଏପରିକି ତାଙ୍କୁ କୌଣସି ପ୍ରକାରର ଯନ୍ତ୍ରଣା ମଧ୍ୟ ଅନୁଭୂତ ମଧ୍ୟ ହୋଇନଥାଏ। ନିଜର ଏପରି ଭିନ୍ନ ଅଭ୍ଯାସ ପାଇଁ ସେ ପାଖଆଖ ସମସ୍ତ ଗାଁରେ ବହୁତ ପ୍ରସିଦ୍ଧ। ଏହାଛଡ଼ା ତାଙ୍କୁ ମାଟି ଖାଉଥିବା ଦେଖିବାକୁ ଦୂରଦୂରରୁ ଲୋକ ଆସିଥାନ୍ତି।

ନିଶ୍ଚିତ ପଢ଼ନ୍ତୁ: ଆଠ ମାସର ଗ୍ରାଜୁଏଟ୍ !

ହୂନାଗୁଡ଼ିଙ୍କ ମା ତାଙ୍କୁ ମାଂସ ଏବଂ ନାନାଧି ପ୍ରକାରର ସ୍ବାଦିଷ୍ଟ ଶାଦ୍ଯ ଖାଇବା ପାଇଁ ଦେବାପରେ ମଧ୍ୟ ତାଙ୍କ ମାଟି ଖାଇବା ଅଭ୍ଯାସ ବଦଳୁନାହିଁ। ତେବେ ସେ ଜଣେ ଶ୍ରମିକ ଭାବେ କାର୍ଯ୍ଯରତ ଏବଂ ତାଙ୍କୁ ଘର ପ୍ରସ୍ତୁତ ସମସ୍ତ ସାମଗ୍ରୀ ଖାଇବା ଖୁବ ପସନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.