ବଜରଙ୍ଗବଲୀଙ୍କ ଚମତ୍କାରୀ ମନ୍ଦିର : ଯାହା ନିକଟକୁ ଆସିଲେ ଆପେ ଆପେ ଧୀର ହୋଇଯାଏ ଟ୍ରେନର ବେଗ

ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । କୁହାଯାଏ ହନୁମାନଙ୍କୁ ପୂଜା କଲେ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ । ଦେଶରେ ଅନେକ ହନୁମାନ ମନ୍ଦିର ରହିଛି । ଯେଉଁଠାର ଭଗବାନଙ୍କ ଅରାଧନା କଲେ ସମସ୍ତ ମନୋସ୍କାମନା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । କିନ୍ତୁ ଭାରତରେ ବଜରଙ୍ଗବଲୀଙ୍କର ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ମଣିଷଙ୍କର ପାଦ କଣ ଟ୍ରେନର ବେଗ ମଧ୍ୟ ହୋଇଯାଏ ଧୀର ।

ଏହି ଚମତ୍କାରୀ ମନ୍ଦିର ରହିଛି ମଧ୍ୟପ୍ରଦେଶର ଶାଜାପୁରସ୍ଥିତ ବୋଲାଇ ଗାଁରେ । ବଜରଙ୍ଗବଲୀଙ୍କର ଏହି ଚମତ୍କାରୀ ମନ୍ଦିରକୁ ନେଇ ଲୋକଙ୍କ ଧାରଣା, ବିଶ୍ବାସ ଏବଂ ଆସ୍ଥା ରହିଛି ଯେ ଆଗକୁ ହେବାକୁ ଥିବା ଘଟଣା ଏବଂ ଦୁର୍ଘଟଣା ବିଷୟରେ ଚେତେଇ ଦେଇଥାଏ । ମନ୍ଦିରଟି ପ୍ରାୟ ୬୦୦ ବର୍ଷ ପୁରୁଣା ବୋଲି କୁହାନ୍ତି ସ୍ଥାନୀୟ ଲୋକ । ଏହି ମନ୍ଦିରକୁ ଦର୍ଶନ ପାଇଁ ପ୍ରତି ଶନିବାର , ମଙ୍ଗଳବାର ଏବଂ ବୁଧବାର ଦିନ ବହୁ ଦୂରରୁ ଶ୍ରଦ୍ଧାଳୁ ଆସିଥାନ୍ତି ।

ଏହି ମନ୍ଦିର ନିକଟରେ ଏକ ଘଟଣା ଏଭଳି ହୋଇଥିଲା ଯାହା ଖୁବ୍ ଥିଲା ଅବିଶ୍ବସନୀୟ । କିଛି ବର୍ଷ ପୂର୍ବରୁ ନିକଟରେ ଥିବା ଏକ ରେଲୱେ ଟ୍ରାକରେ ଦୁଇଟି ମାଲବାହୀ ଟ୍ରେନ୍ ଧକ୍କା ହୋଇଥିଲା । ପରେ ଉଭୟ ଟ୍ରେନର ଲୋକ ପାଇଲଟ୍ କହିଥିଲେ ଦୁର୍ଘଟଣାର କିଛି ସମୟ ପୂର୍ବରୁ କିଛି ଅଘଟଣ ହେବାର ଅନୁଭବ କରିଥିଲେ । ସେମାନଙ୍କୁ ଲାଗିଥିଲା କେହି ଯେମିତି ସେମାନଙ୍କ ଟ୍ରେନର ବେଗକୁ କମ୍ କରିବାକୁ କହୁଛି । କିନ୍ତୁ ସେମାନେ ସ୍ପିଡ୍ କମ୍ କରିନଥିଲେ ଯାହା ଫଳରେ ଦୁଇଟି ଯାକ ଟ୍ରେନ୍ ସାମ୍ନାସାମ୍ନି ଧକ୍କା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.