Below header

ଲକଡାଉନ ଯୋଗୁ ଘରେ ବସି ବସି ବୋର ହେଉଥିଲେ ଯୁବକ, ବଗିଚା ଖୋଳିବାରୁ ହୋଇଗଲେ କୋଟିପତି

ଲକଡାଉନ ଯୋଗୁ ଏବେ ସମସ୍ତେ ଘରେ ବସି ରହିଛନ୍ତି। ଘରେ ରହି କିଏ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରୁଛି ଆଉ କିଏ ଘର କାମ। ଇଂଲଣ୍ଡର ପଶ୍ଚିମ ୟାର୍କସାୟରର ଜଣେ ବ୍ୟକ୍ତି ମଧ୍ୟ ଘରେ ବସି ବସି ବିରକ୍ତ ହୋଇଯିବାରୁ ବଗିଚାରେ କାମ କରିବାକୁ ବାହାରିଥିଲେ। କିନ୍ତୁ ବଗିଚା ଖୋଲିବା ବେଳେ ସେ ଯାହା ପାଇଲେ ତାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ।

Man Digging Ground Spade Field — Stock Video © docer2000 #153198692

ରିପୋର୍ଟ ମୁତାବକ, ଜନ ବ୍ରେସ ନାମକ ଏହି ୪୦ ବର୍ଷୀୟ ବ୍ୟକ୍ତି ୬ ମାସ ପୂର୍ବରୁ ଏହି ଘର କିଣିଥିଲେ। ଲକଡାଉନ ଯୋଗୁ ଘରେ ବସି ବସି ବିରକ୍ତ ହୋଇଯିବାରୁ ସେ ବାରିପଟ ବଗିଚା ଖୋଳି ଗଛ ଲଗାଇବାକୁ ଯୋଜନା କରିଥିଲେ। କିନ୍ତୁ ଖୋଲିବା ବେଳେ ସେ ମାଟି ତଳୁ ୭୦ ବର୍ଷ ପୁରୁଣା ଫୋର୍ଡ କାର ପାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

treasure 2

ତାଙ୍କ କହିବାନୁସାରେ ଏକୁଟିଆ ଥିବାରୁ ସେ ସମ୍ପୂର୍ଣ୍ଣ କାରକୁ ବାହାର କରିପାରିନାହାନ୍ତି। କେବଳ କାରର କିଛି ଅଂଶକୁ ଉଦ୍ଧାର କରିବାରେ ସେ ସମର୍ଥ ହୋଇଛନ୍ତି। ସୂଚନାମୁତାବକ ଏହି କାର ୧୯୫୦ ମସିହାରେ ଖୁବ ବ୍ୟବହାର କରାଯାଉଥିଲା। ଏବେ ଏକ ଆଣ୍ଟିକ ପିସ ଭାବେ ଏହାର ମୂଲ୍ୟ ଆକାଶଛୁଆଁ ହେବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.