ଦେଶ ପାଇଁ ଉଦାହରଣ: ପେନସନର ହୋମ ଡେଲିଭରି ଆରମ୍ଭ କଲା ଏହି ରାଜ୍ୟ, 29 ହଜାର ଲୋକଙ୍କୁ ଘରେ ବସି ମିଳିଲା 5.56 କୋଟି ଟଙ୍କା

ପେନସନ ପଇସା ଉଠାଇବା ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଜାରି ଅର୍ଥରାଶିଙ୍କୁ ନେବା ପାଇଁ ରାଜସ୍ଥାନ ଗ୍ରାମୀଣ ଅଞ୍ଚଳରେ ବ୍ୟାଙ୍କଗୁଡିକ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। କିନ୍ତୁ ଧୋଲପୁର ଜିଲ୍ଲାପାଳ ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ଉପାୟ ବାହାର କରିଛନ୍ତି। ଏବେ ଏହି ଜିଲ୍ଲାରେ ଡୋର ଟୁ ଡୋର ପେନସନ ଡେଲିଭରି କରାଯାଉଛି।

ଜିଲ୍ଲା ଗ୍ରାମାଞ୍ଚଳରେ ସାମାଜିକ ସୁରକ୍ଷା ଯୋଜନାର ପେନସନ ନେବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳୁଥିଲା। ଦୌସା ଜିଲ୍ଲାରେ ବି ସମାନ ଦୃଶ୍ୟ ସାମ୍ନାକୁ ଆସିଥିଲା। ବିଭିନ୍ନ ଜିଲ୍ଲାରେ ଏମିତି ଭିଡକୁ ଏଡ଼ାଇବା ପାଇଁ ଧୋଲପୁର ଜିଲାପାଳ ରାକେଶ ଜୟସ୍ୱାଲ ସମାଧାନର ବାଟ ବାହାର କରିଛନ୍ତି। ସେ ବ୍ୟାଙ୍କ ପ୍ରତିନିଧି ଏବଂ ଇଣ୍ଡିଆ ପୋଷ୍ଟ ଜରିଆରେ ପେନସନର ଡୋର ଟୁ ଡୋର ଡେଲିଭରି ଆରମ୍ଭ କରିଛନ୍ତି।

yt

ଏ ପର୍ଯ୍ୟନ୍ତ 29 ହଜାର ଲୋକଙ୍କୁ 5.56 କୋଟି ପେନସନ ଟଙ୍କା ଦିଆଯାଇସାରିଲାଣି। ଜିଲ୍ଲାପାଳ ଜୟସ୍ୱାଲ ପେନସନର ହୋମ ଡେଲିଭରି ପାଇଁ 455 ଜଣ ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ସମେତ 2500 ଜଣ ଲୋକଙ୍କୁ ନେଇ ଟିମ ଗଠନ କରିଛନ୍ତି। ତେବେ ରାଜସ୍ଥାନ ଏହି ଅଭିଯାନ ଆରମ୍ଭ କରି ପୂରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.