Below header

ଦେଶର ସର୍ବକନିଷ୍ଠ କରୋନା ମୃତ୍ୟୁ, ୪୫ ଦିନର ଶିଶୁ ହସ୍ପିଟାଲର ICUରେ ହାରିଲେ ଜୀବନ

ଏସିଆର ବୃହତ୍ତମ ଶିଶୁ ଡାକ୍ତରଖାନା ଭାବରେ ପରିଗଣିତ କାଲାଭାଟୀ ସରାନ୍ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଦେଶର ସର୍ବକନିଷ୍ଠ କରୋନାଭାଇରସ୍ ରୋଗୀ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଏହି ଡାକ୍ତରଖାନାର ୮ ଜଣ କର୍ମଚାରୀ ମଧ୍ୟ Covid-19 ପଜିଟିଭ୍ ଥିଲେ । ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ସହ ଜଡିତ କାଲାବତୀ ସରାନ ହସ୍ପିଟାଲରେ ସଂକ୍ରମିତଙ୍କ ମଧ୍ୟରେ ଡାକ୍ତର ଏବଂ ନର୍ସ ମଧ୍ୟ ରହିଛନ୍ତି । ତେବେ ୧୦ ମାସର ଶିଶୁ ସମେତ ଅନେକ ନିରୀହ ଲୋକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି । ଏଥି ସହିତ ଶିଶୁର ପିତା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ନିକଟରେ ଡାକ୍ତରଖାନାର ଶିଶୁ ୱାର୍ଡରେ ପରିମଳ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଏହା ବ୍ୟତୀତ ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଜଣେ ନର୍ସ ଏବଂ ତାଙ୍କର ୨୦ ମାସର ଶିଶୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ନର୍ସ ତାଙ୍କ ସ୍ୱାମୀଙ୍କ ଦ୍ୱାରା କରୋନା ଜୀବାଣୁ ସଂକ୍ରମିତ ହୋଇଥିବାର ସମ୍ଭାବନା ରହିଛି । କାରଣ ନର୍ସଙ୍କ ସ୍ୱାମୀ ପୂର୍ବରୁ ହିଁ ଜଣେ କରୋନା-ପଜିଟିଭ୍ ରୋଗୀ ବୋଲି ଜଣାପଡିଥିଲା । ତାଙ୍କ ସ୍ୱାମୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏବେ ସ୍ୱାମୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ସେ ସେଠାରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.