ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା, ଆସନ୍ତା କାଲିଠୁ ଜିଲ୍ଲାରେ କୋହଳ ହେବ କଟକଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲିଠୁ କୋହଳ ହେବ କଟକଣା । ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ। ଦିନ ରାତି ଦୋକାନ ଖୋଲା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ନଦେଲେ ଦୋକାନକୁ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ନିୟମ ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନା କାରଣରେ ମଧ୍ୟ ଲୋକମାନେ ବାହାରେ ବୁଲିବା ଉପରେ କଟକଣା ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.