ଇନଷ୍ଟାଗ୍ରାମ ଭିଡିଓ ପାଇଁ ବ୍ୟକ୍ତିଙ୍କ ଅଜବ କାଣ୍ଡ, କ୍ରୁଜ ସିପର ୧୧ ମହଲାରୁ ଲମ୍ଫ

ୱାସିଙ୍ଗଟନର ଜଣେ ବ୍ୟକ୍ତି କ୍ରୁଜ୍ ଜାହାଜର ୧୧ତମ ମହଲାରୁ ଡେଇଁ ସିଧା ପାଣିରେ ଯାଇଁ ପଡିଥିଲେ । ଯାହାର ଏକ ଭିଡିଓ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ୨୭ ବର୍ଷିୟ ନିକୋଲୟ ନାୟଦେବ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ଜାହାଜ ଉପରୁ ଡେଇଁବାର ଦେଖିବାକୁ ମିଳିଛି । ଯାହାପାଇଁ ତାଙ୍କୁ ରୟାଲ କୋରେବିୟନରୁ ସାରା ଜୀବନ ପ୍ରତିବନ୍ଧକ ଲଗାଇଛି ।

cruise-jumpନିଜ ସାଙ୍ଗ ଏବଂ ଇଣ୍ଟରନେଟରେ କିଛି ହସିମଜା ପାଇଁ ସେ ଏପରି କରିବାପାଇଁ ଭାବିଥିଲେ । ଯାହାର ଭିଡିଓ ସେ ସୋସିଆଲ ମିଡିଆର ସେୟାର କରିଥିଲେ । ଭିଡିଓରେ ତାଙ୍କୁ ପ୍ରଥମେ ୧୧ ମହଲାରୁ ହସିକି ଡେଇଁବାର ଦେଖିବାକୁ ମିଳୁଛି ଏହାପରେ ପାଣି ଭିତରେ ହଠାତ୍ ଭିଡିଓଟି କଟି ଯାଉଛି । ଏବଂ କିଛି ସମୟ ପରେ ତାଙ୍କୁ ପାଣି ଭିରେ ପହଁରିବାର ପୁଣି ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓଟି ସେୟାର ହେବା ପରେ ଅନଲାଇନରେ ଏହାକୁ ୭୮ହଜାର ରୁ ଅଧିକ ଥର ଦେଖାଯାଇ ସାରିଲାଣି । ଭିଡିଓଟିରେ ତାଙ୍କ ଗୋଡରେ ଆଘାତ ଆସିଥିବା ଦେଖିବାକୁ ମିଳିଥିଲା । c2କିନ୍ତୁ  ସେ ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାପରେ ଲେଖିଛନ୍ତି କି ମୋ ଗୋଡ ସମ୍ପର୍ଣ୍ଣ ଭାବେ ଠିକ୍ ଅଛି । ଏବଂ ଭିଡିଓରେ ଯାହାକୁ ଗୋଡ ବୋଲି ଭାବୁଛନ୍ତି ତାହା ମୋ ବେକ ଏବଂ ପଛ ପାଖ । ଯେଉଁଥିରେ କିଛି ଆଘାତ ହୋଇଛି । ତେବେ ସେ ଏସବୁ ନିଶା ଶକ୍ତ ଅବସ୍ଥା କରିଥିବା ବେଳେ ସେ ଏଥିପାଇଁ ପଶ୍ଚାତାପ କରୁଥିବା କହିଛନ୍ତି । ତେବେ ଏଥିପାଇଁ ତାଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଛି ।
ଦେଖନ୍ତୁ ଭିଡିଓ :

Leave A Reply

Your email address will not be published.