ଖୁବ ଶୀଘ୍ର ଆସୁଛି Redmi Note7, ସାମିଲ ହେବାକୁ ଯାଉଛି ଏହି ଖାସ ଫିଚର

ନୂଆଦିଲ୍ଳୀ : ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି ସାଓମିର Redmi Note7 ସ୍ମାର୍ଟଫୋନ୍। ଫୋନକୁ ନେଇ ବିଭିନ୍ନ ପ୍ରକାରର ତଥ୍ୟ ସମ୍ନାକୁ ଆସୁଛି। ଶୁଣାଯାଉଛି କି ଏଥିରେ Mi Mix3 ଭଳି ସୁପର ନାଇଟ ସିନ୍ କ୍ୟାମେରାକୁ ସାମିଲ କରାଯାଇଛି। ଏହି ମୋବାଇଲର ପ୍ରାଇମେରି କ୍ୟାମେରା ୪୮ ଏମପି କ୍ୟାମେରା ରହିଥିବା କୁହାଯାଉଥିବା ବେଳେ, ଏଥିସହ ସାମସଙ୍ଗ ଜିଏମ୍ ୧ ସେନ୍ସର ସାମିଲ କରାଯାଇଛି। ଏଥିସହ କମ୍ପାନିର Weibo ପେଜରେ ସପ୍ଟଓୟାର ବିଭିନ୍ନ ସ୍ମାର୍ଟଫୋନର ଅପଡେଟ ପରେ ନାଇଟ ସିନ୍ ଫିଚର ରହିଛି ବୋଲି କୁହାଯାଇଛି। ଏହି କ୍ୟାମେରା ଫିଚର ସର୍ବପ୍ରଥମେ Mi Mix3 ସ୍ମାର୍ଟଫୋନରେ ଦେଖିବାକୁ ମିଳିଥିଲା।
ସୁପର ନାଇଟ ସିନ୍ କ୍ୟାମେରା ମୋଡ ସାହାଯ୍ୟରେ କମ ଆଲୁଆରେ ମଧ୍ୟ ଗ୍ରାହକ ଭଲ ଫଟୋ ଉଠାଇପାରିବେ। ଏହି କ୍ୟାମେରାକୁ ସାଓମି ଡିଭାଇସ ଏଡ୍ରୋଏଡ୍ ବେସ ଓଏସ୍ MIUI 10ରେ ଆଡ୍ କରାଯାଇଛି। ତେବେ କମ୍ପାନି ତରଫରୁ ନୋଟ ୭ ମୋବାଇଲର କୌଣସି ଆଧିକାରୀକ ଘୋଷଣା ମିଳିନଥିବା ବେଳେ ଏନେଇ ବହୁ ଉତ୍ସାହିତ ରହିଛନ୍ତି ଗ୍ରାହକ।