Below header

ଗୁଳି ଖାଇ ମଧ୍ୟ ବିବାହ ବେଦୀକୁ ଫେରିଲେ କନ୍ୟା !!

ନୂଆଦିଲ୍ଲୀ : ବିବାହ ଦିନ ପ୍ରାୟ ସମସ୍ତେ ନର୍ଭସ ଥାଆନ୍ତି, ଖାସ କରି କନ୍ୟା ପାଖରେ ଏହା ବେଶି ଦେଖାଯାଇଥାଏ। କିନ୍ତୁ ବିବାହ କରିବା ପୂର୍ବରୁ ବିବାହ ସ୍ଥଗିତ ରହିବା ପ୍ରାୟ କେହି ଆଶା କରନ୍ତି ନଥାନ୍ତି। ବାହା ହେବା ପାଇଁ ଜଣେ କନ୍ୟା ମଣ୍ଡପକୁ ଯାଉଥିଲା ବେଳେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ ଯୋଗୁ କନ୍ୟା ଜଣଙ୍କ ଗୋଡରେ ଗୁଳି ବାଜିଥିଲା।

ତାଙ୍କୁ ବିବାହ ବେଦୀରୁ ସିଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରୁ ସେ ପ୍ରାଥମିକ ଚିକିତ୍ସା ପରେ ପୁଣିଥରେ ବିବାହ ମଣ୍ଡପକୁ ଆସି ବାହା ହୋଇଥିଲେ। ଦିଲ୍ଲୀର ଶକରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି। କନ୍ୟା ଜଣଙ୍କ ନାଁ ପୂଜା ହୋଇଥିବା ବେଳେ ତାଙ୍କୁ କିଏ ଓ କାହିଁକି ଗୁଳି ଚଳାଇଲା ସେକଥା ସେ ଜାଣି ନଥିବା କହିଛନ୍ତି।

ତାଙ୍କ ଭାବୀ ସ୍ୱାମୀ ଭାରତ କହିଛନ୍ତି, ” ପୂଜା ବିବାହ ମଣ୍ଡପକୁ ଆସିବା ବେଳକୁ ଭିଡ଼ ମଧ୍ୟରୁ ତାଙ୍କୁ କିଏ ଗୁଳି ଚଳାଇଥିଲା। ତେବେ ସୌଭାଗ୍ୟବଶତଃ ଗୁଳିଟି ତାଙ୍କ ଗୋଡ଼ରେ ମାଡ଼ ହୋଇ ଖସି ଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆମ ବାହାଘର ଶେଷ ହୋଇଥିଲା।”

ପୁଲିସ୍ ମଣ୍ଡପରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ କହିବାନୁଯାୟୀ ଦୋଷୀ କନ୍ୟାର ଜଣାଶୁଣା, କିନ୍ତୁ ଆମେ ତାଙ୍କୁ ଜାଣି ନାହୁଁ ବୋଲି କହିଛନ୍ତି ଭାବି ସ୍ବାମୀ ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.