ରାମ ମନ୍ଦିର ର୍ନିମାଣ ପାଇଁ ଦୈନିକ ଜଳାଯାଉଛି ୩୩ ହଜାର ଦୀପ, କରାଯାଉଛି ରୁଦ୍ରାକ୍ଷ ଶିବଲିଙ୍ଗର ପୂଜା

ପ୍ରୟାଗରାଜ (ଇଲହାବାଦ) : ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ କରାଯିବା ନେଇ ବିଭିନ୍ନ ଆୟୋଜନ କରାଯାଉଛି। ଏଥିପାଇଁ ପରମହଂସ ସେବାଶ୍ରମର ସନ୍ତ ଶିବ ଯୋଗୀ ମୋନି ସ୍ବାମୀ ଏଠାରେ ମକର ସଂକ୍ରାନ୍ତିଠାରୁ ପ୍ରତିଦିନ ୩୩ହଜାର ଦୀପ ଜଳାଉଛନ୍ତି। ଏପରିକି ୩୩ହଜାର ରୁଦ୍ରାକ୍ଷରେ ନିର୍ମିତ ଶିବଲିଙ୍ଗଙ୍କର ମଧ୍ୟ ପୂଜା କରାଯାଉଛି। ଏହା ଛଡ଼ା ମେଳା ହେଉଥିବା ସ୍ଥାନରେ ଥିବା ଚକ୍ର କୁଣ୍ଡରେ ମଧ୍ୟ ନିତିଦିନ ଯଜ୍ଞ କରାଯାଉଛି।

କୁମ୍ଭ ମେଳାରେ ଶୁକ୍ରବାର ଦିନ ଗଙ୍ଗା ପ୍ରଜୋକ୍ଟ ସହ ଯୋଡ଼ି ହୋଇଥିବା ବିଭିନ୍ନ ଯୋଜନାର ପ୍ରଦର୍ଶନୀ କରାଯାଇଥିଲା। ଏଥିରେ ରାଷ୍ଟ୍ର ସ୍ବଚ୍ଛ ଗଙ୍ଗା ମିଶନର ପ୍ରତିନିଧି ଗଙ୍ଗାକୁ ର୍ନିମଳ କରିବା ପାଇଁ କରାଯାଉଥିବା ବିଭିନ୍ନ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.